ମୁମ୍ଵାଇ ୨୩।୦୯; ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଞ୍ଚରେ ଚମକିଲେ ଅଭିନେତ୍ରୀ ଯାମୀ ଗୌତମ। ‘ଆର୍ଟିକିଲ୍ ୩୭୦’ରେ ଦମଦାର ଅଭିନୟ ପାଇଁ ୟାମୀଙ୍କୁ ମିଳିଛି ‘ଶ୍ରେଷ୍ଠ ଅଭିନେତ୍ରୀ’ର ଜାତୀୟ ପୁରସ୍କାର। ଗୁଜରାଟର ଏକତା ନଗରରେ ଆୟୋଜିତ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ୟାମୀ। ଏହା ତାଙ୍କ କ୍ୟାରିୟରର ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର।

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ୟାମୀ ଗୌତମଙ୍କ ପାଇଁ ଏହା ଥିଲା ଏକ ସ୍ମରଣୀୟ ଦିନ। ‘ଆର୍ଟିକିଲ୍ ୩୭୦’ରେ ଜୁନି ହକସର୍’ ଭୂମିକା ପାଇଁ ୟାମୀଙ୍କୁ ‘ଶ୍ରେଷ୍ଠ ଅଭିନେତ୍ରୀ ମୁଖ୍ୟ ଭୂମିକା’ ସମ୍ମାନ ମିଳିଛି। ସେହି ଚଳଚ୍ଚିତ୍ର ମଧ୍ୟ ଜିତିଛି ‘ଶ୍ରେଷ୍ଠ ଫିଚର୍ ଫିଲ୍ମ’ ପୁରସ୍କାର। ଅର୍ଥାତ୍, ଏକାଧାରରେ ଫିଲ୍ମ ଓ ଅଭିନୟ ଦୁଇ କ୍ଷେତ୍ରରେ ଜାତୀୟ ସ୍ତରର ସ୍ୱୀକୃତି ପାଇଛି ‘ଆର୍ଟିକିଲ୍ ୩୭୦’। ୟାମୀଙ୍କ ପାଇଁ ଖୁସି ଦୁଇଗୁଣ। କାରଣ, ଯେଉଁ ଫିଲ୍ମ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି, ସେହି ସମୟରେ ତାଙ୍କର ସ୍ଵାମୀ ଆଦିତ୍ୟ ଉପସ୍ଥିତ ଥିଲେ। ସେହି ସମୟରେ ତାଙ୍କ ଆଖିରେ ଲୁହ ଓ ଖୁସି ଥିବା ଦେଖାଯାଉଛି । ଯେତେବେଳେ ୟାମୀ ପୁରସ୍କାର ଜିତିଲେ ଆଦିତ୍ୟ ଧର ଭାବପ୍ରବଣ ହୋଇଗଲେ।

ଆର୍ଟିକିଲ୍ ୩୭୦’ରେ ୟାମୀ

‘ଆର୍ଟିକିଲ୍ ୩୭୦’ରେ ଯାମୀ ଗୌତମ ଅଭିନୟ କରିଛନ୍ତି ‘ଜୁନି ହକସର୍’ ଭୂମିକାରେ। ଏହି ଚରିତ୍ରଟି ଏକ ଗୁପ୍ତ ଅପରେସନ୍ରେ ସାମିଲ ଥିବା ଅଧିକାରୀ ଭାବେ ଫିଲ୍ମର କାହାଣୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଫିଲ୍ମର କାହାଣୀ ୨୦୧୯ରେ ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ କେନ୍ଦ୍ର କରି ଗଢ଼ାଯାଇଛି। ୟାମୀଙ୍କ ଚରିତ୍ରରେ ରହିଛି ଅପରେସନ୍, ପଚରାଉଚରା ଓ ଆକ୍ସନ୍ର ମିଶ୍ରଣ। ଏହି ଭୂମିକାରେ ତାଙ୍କ ପରଫର୍ମାନ୍ସକୁ ଜାତୀୟ ପୁରସ୍କାର ମଞ୍ଚରେ ସ୍ୱୀକୃତି ମିଳିଛି।