ନୂଆଦିଲ୍ଲୀ, ୨୩/୦୯ : ଆମେରିକାର ନ୍ୟୁୟର୍କରେ ମଙ୍ଗଳବାର ଆରମ୍ଭ ହୋଇଥିବା ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ର ୮୧ତମ ଅଧିବେଶନରେ ସାମିଲ ହେବାକୁଙ୍କ ବିଦେଶୀ ନେତାଙ୍କ ଆଗମନ ହୋଇଛି। ପାକିସ୍ତାନର ପ୍ରଧାନମନ୍ତ୍ର ଶେହବାଜ ସରିଫ ମଧ୍ଯ ନ୍ୟୁୟର୍କରେ ପହଞ୍ଚିଛନ୍ତି। ତେବେ ତାଙ୍କୁ ସେଠାରେ ତୀବ୍ର ବିରୋଧରର ସମ୍ମୁଖୀନ ହେବାକୁ ପଡ଼ିଛି। ପାକିସ୍ତାନର ଲୋକମାନେ ହିଁ ତାଙ୍କୁ ବିରୋଧ କରିଥିବା ଦେଖିବାକୁ ମିଳିଛି। ନ୍ୟୁୟର୍କର ପେନ୍ ଷ୍ଟେସନ ବାହାରେ ପିଟିଆଇ ସମର୍ଥକମାନେ ଶେହବାଜ ସରକାର ବିରୋଧରେ ପୋଷ୍ଟର ଲଗାଇଛନ୍ତି। ଏଥିରେ ଶାହ ଶାହବାଜଙ୍କୁ ‘ଚୋର’ ଦର୍ଶାଯାଇ ସରକାରଙ୍କ ଜନାଦେଶ ଉପରେ ପ୍ରଶ୍ନ ଉଠାଯାଇଛି।

ଆର୍ଥିକ ସଙ୍କଟ ମଧ୍ୟରେ ଅଳ୍ପ କିଛି ପ୍ରତିନିଧିଙ୍କ ସହ ଆମେରିକା ଯାତ୍ରା କରିଛତି ଶେହବାଜ। ତାଙ୍କ ସହିତ ଉପ ପ୍ରଧାନମନ୍ତ୍ରୀ ଏବଂ ସ୍ବତନ୍ତ୍ର ସହାୟକ ବି ଯାଇଛନ୍ତି। ଖର୍ଚ୍ଚ କାଟ ମଧ୍ଯରେ ଶାହବାଜଙ୍କ ମହଙ୍ଗା ବିମାନ ଯାତ୍ରା ଉପରେ ପିଟିଆଇ କର୍ମକର୍ତ୍ତା ପ୍ରଶ୍ନ ଉଠାଇଛନ୍ତି। ଏହା ତାଙ୍କର ଦୋମୁହାଁ ନୀତି ବୋଲି କହିଛନ୍ତି ।

ନ୍ୟୁୟର୍କର ସଡ଼କରେ ପୋଷ୍ଟର ଲଗାଇ ପିଟିଆଇ ଶେହବାଜଙ୍କୁ ‘ଚୋର ପଲିଶି’ ଏବଂ ‘ଚୋର’ ଦର୍ଶାଇଛି। ପାକିସ୍ତାନରେ ଚୋରଙ୍କ ସରକାର ନାମଞ୍ଜୁର ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଏହାଛଡ଼ା ୧୨ ଅରବ ପାକିସ୍ତାନୀ ଟଙ୍କା ମୂଲ୍ୟର ଏକ ଦାମୀ ବିମାନ ଚିତ୍ର ଲଗାଯାଇଛି। ଏହି ବିମାନକୁ ଚଳିତବର୍ଷ ଫେବ୍ରୁଆରୀରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ସରିଫ ନିଜ ପାଇଁ କିଣିଥିଲେ।

Also Read :- ଆଜି ରାତିରେ ଲ୍ୟାଣ୍ଡଫଲ୍, ପ୍ରବଳ ବର୍ଷା-ପବନ ପାଇଁ ଆଲର୍ଟ : ଏହି ସବୁ ଜାଗାରେ ବେଶି ବିପଦ !

ବିରୋଧୀମାନେ କହିଛନ୍ତି, ଯେଉଁ ପାକିସ୍ତାନର ରାଷ୍ଟ୍ରୀୟ ଏୟାରଲାଇନ ‘ପିଆଇଏ’ର ନିଲାମ ଲାଗି ମାତ୍ର ୧୦ ଅରବ ଟଙ୍କାର ବିଡ୍ ଡକାଯାଉଛି, ସେଠାରେ ୧୨ ଅରବ ଟଙ୍କାର ପ୍ରାଇଭେଟ ଜେଟ୍ ଉଡ଼ାଯାଉଛି। ପାକ୍ ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁକ୍ତି ଏବଂ ପାକିସ୍ତାନରେ ଜାରି ଫାସିବାଦ ବିରୋଧରେ ଲାଗିଥିବା ଏହି ପୋଷ୍ଟର ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି।