Petrol Price Hike: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତି ଲିଟର ₹୫ (ପାକିସ୍ତାନୀ ଟଙ୍କା) ହ୍ରାସ କରିଛନ୍ତି। ପାକିସ୍ତାନରେ ପେଟ୍ରୋଲର ମୂଲ୍ୟ ବର୍ତ୍ତମାନ ଲିଟର ପ୍ରତି ₹୪୦୯.୭୮ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ଲିଟର ମୂଲ୍ୟ ₹୪୦୯.୫୮ ପାକିସ୍ତାନ ଟଙ୍କା ରହିଛି। ନୂଆ ମୂଲ୍ୟ ଆଜି( ମଇ ୧୬) ଠାରୁ ଲାଗୁ ହୋଇଛି।  ନିକଟରେ ଏକାଧିକ ତେଲ ଜାହାଜ ଇରାନରୁ ପାକିସ୍ତାନ ଯାଇଥିଲା। ଇରାନ ଏହି ତୈଳ ଜାହାଜ ପାକିସ୍ତାନର ସହଯୋଗ ପାଇଁ ପଠାଇଥିଲା। ଏଥିପାଇଁ ହୁଏତ ସେଠାରେ ଦର ହ୍ରାସ ପାଇଥାଇପାରେ ବୋଲି କୁହାଯାଉଛି। 

ସାମ୍ପ୍ରତିକ ସମୟରେ ତୈଳ ଦର କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ବେଳେ ହଠାତ୍ ଏହି ହ୍ରାସ ମଧ୍ୟବିତ୍ତ ଏବଂ ନିମ୍ନ-ମଧ୍ୟବିତ୍ତ ବର୍ଗଙ୍କ ବଜେଟକୁ କିଛି ସାହାଯ୍ୟ କରିବ। କାରଣ ପେଟ୍ରୋଲର ସିଧାସଳଖ ପ୍ରଭାବ ମୋଟରସାଇକେଲ, ରିକ୍ସା ଏବଂ ଛୋଟ ଯାନବାହନ ଉପରେ ପଡୁଛି। ତେଣୁ ପରିବହନରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ।

ଗତ ସପ୍ତାହରେ ୧୫ ଟଙ୍କା ବଢ଼ିଥିଲା

ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ, ପାକିସ୍ତାନ ସରକାର ପେଟ୍ରୋଲ ମୂଲ୍ୟରେ ଲିଟର ପ୍ରତି ₹୧୪.୯୨ ଏବଂ ଡିଜେଲ ମୂଲ୍ୟରେ ₹୧୫ ଟଙ୍କା ବୃଦ୍ଧି କରିଥିଲା। ଫେବୃଆରୀ ୨୮ରେ ଯୁଦ୍ଧ ଆରମ୍ଭ ହେବା ପରେ, ସରକାର ମାର୍ଚ୍ଚ ୬ରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ₹୫୫ ଟଙ୍କା ବୃଦ୍ଧି କରିଥିଲେ। ଏପ୍ରିଲ ୨ ରେ, ପେଟ୍ରୋଲ ମୂଲ୍ୟ ୪୩% ଏବଂ ହାଇ-ସ୍ପିଡ୍ ଡିଜେଲ ମୂଲ୍ୟ ୫୫% ବୃଦ୍ଧି କରାଯାଇଥିଲା।

Also Read- ପୁଣି ବଢିଲା CNG ଦାମ୍, କେଜି ପିଛା ୨ଟଙ୍କା ୨୫ ପଇସା ମହଙ୍ଗା କଲା ଆଦାନୀ ଗ୍ୟାସ୍

ଭାରତରେ ପେଟ୍ରୋଲ ଏବଂ ଡିଜେଲ ପ୍ରତି ଟଙ୍କା ୩-୩ ମହଙ୍ଗା

ଭାରତରେ ମେ ୧୫ ତାରିଖରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ₹୩ ଟଙ୍କା ଲେଖାଏ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ₹୯୭.୭୭ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ₹୯୦.୬୭ ହୋଇଛି। ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟ ୧୦୪ ଟଙ୍କା ଓ ଡିଜେଲ ମୂଲ୍ୟ ୯୫.୭୪ ଟଙ୍କା ରହିଛି। ଏହା ବାଦ କମ୍ପାନୀଗୁଡ଼ିକ ପ୍ରମୁଖ ସହରଗୁଡ଼ିକରେ CNGର ମୂଲ୍ୟ ମଧ୍ୟ କିଲୋ ପିଛା ₹୨ ବୃଦ୍ଧି କରିଛନ୍ତି। ଦିଲ୍ଲୀରେ, ଏକ କିଲୋ CNGର ମୂଲ୍ୟ ଏବେ ₹୭୯.୦୯ ରହିଛି।