ନୀଳଗିରି ୪।୧୦: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଅଜଣା ବସ୍ତୁକୁ ଆତଙ୍କ ଖେଳିଯାଇଥିଲା । ଏକ ଶାଳ ଗଛରେ ଝୁଲୁଥିବା ଅଜଣା ବସ୍ତୁକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଆଶଙ୍କା ସୃଷ୍ଟି ହୋଇଥିଲା । ଅଜଣା ବସ୍ତୁଟି ପ୍ରତିରକ୍ଷା ବିଭାଗ ସହ ଜଡ଼ିତ କି ନାହିଁ, ସେନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ପୋଲିସର ତଦନ୍ତ ଏବଂ ଇସ୍ରୋ ସହ ଯୋଗାଯୋଗ ପରେ ଘଟଣାର ରହସ୍ୟ ଉପରୁ ପରଦା ହଟିଛି । ଏହି ବସ୍ତୁଟି ଇସ୍ରୋର ବୋଲି ସ୍ପଷ୍ଟ ହୋଇଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଅଜଣା ବସ୍ତୁକୁ ନେଇ ଆତଙ୍କ । ନରଣପୁର ପଞ୍ଚାୟତ ଗେନ୍ଦରାସାହି ନିକଟସ୍ଥ ଏକ ଶାଳ ଗଛରେ ଅଜଣା ବସ୍ତୁ ଝୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ବସ୍ତୁଟି ଦେଖିବାକୁ ପ୍ଲାଷ୍ଟିକ୍ ଡବା ଭଳି ଥିବା ବେଳେ, ଏଥିରେ ହଳଦିଆ ରଙ୍ଗର ସୂତା ବନ୍ଧା ହୋଇଥିଲା। ସେଥିରେ 'P0086' ଲେଖାଯାଇଥିଲା ।

ଅଜଣା ବସ୍ତୁଟି ଗଛରେ କିପରି ଆସିଲା, ଏହାର ଉଦ୍ଦେଶ୍ୟ କ’ଣ ଏବଂ ଏହା କେଉଁ ବିଭାଗର—ସେନେଇ ସ୍ଥାନୀୟ ଅଞ୍ଚଳରେ ଆରମ୍ଭ ହୋଇଥିଲା ଚର୍ଚ୍ଚା । କେହି କେହି ଏହା ପ୍ରତିରକ୍ଷା ବିଭାଗ ସହ ଜଡ଼ିତ ହୋଇଥାଇପାରେ ବୋଲି ଆଶଙ୍କା ପ୍ରକାଶ କରିଥିଲେ । ଫଳରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା ।

Also Read:- ଶୁଭଶ୍ରୀ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ: ଏତଲାର ଦିନକ ପରେ ଶୁଦ୍ଧି, ଉଠିଲା ବଡ଼ ପ୍ରଶ୍ନ

ଖବର ପାଇ ନାଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ପ୍ରଥମେ ସ୍ଥିତି ଅନୁଧ୍ୟାନ କରିବା ସହ ଗଛରେ ଝୁଲୁଥିବା ବସ୍ତୁଟିକୁ ଜବତ କରିଥିଲା । ତଦନ୍ତ ସମୟରେ ନୀଳଗିରି ଥାନାର ଆଇଆଇସି ଜନ ପଟ୍ଟନାୟକ ଏ ନେଇ ଇସ୍ରୋ ସହ ଯୋଗାଯୋଗ କରିଥିଲେ । ଇସ୍ରୋ ପକ୍ଷରୁ ତଥ୍ୟ ଯାଞ୍ଚ କରାଯିବା ପରେ, ଗଛରେ ଝୁଲୁଥିବା ଏହି ଅଜଣା ବସ୍ତୁଟି ଇସ୍ରୋର ବୋଲି ସ୍ପଷ୍ଟ କରାଯାଇଥିଲା ।

Watch Video: