ନୂଆଦିଲ୍ଲୀ: ବିଶ୍ୱ ରାଙ୍କିଙ୍ଗରେ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି। ଦେଶର ବିଶ୍ୱ ବିଦ୍ୟାଳୟଗୁଡ଼ିକ ଶ୍ରେଷ୍ଠ ତାଲିକାରେ ତଳ ଆଡ଼ୁ ରହୁଛନ୍ତି। ଯାହା ଭାରତ ଭଳି ଏକ ବଡ଼ ଦେଶ ପାଇଁ ଅତ୍ୟନ୍ତ ପରିତାପର ବିଷୟ। ଏଥର କ୍ୟୁଏସ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗରେ ୨୦୨୭(QS World University Rankings 2027)ରେ ଭାରତର ମାତ୍ର ୩ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛି। ତାହା ପୁଣି ଟପ-୧୦ କି ଟପ ୧୦୦ ଆସୁନାହାନ୍ତି, ଭାରତର ଏହି ସୁନାମ ଧନ୍ୟ ୟୁନିଭର୍ସିଟି ଚଳିତ ବର୍ଷର କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଂରେ ୧୧୮, ୧୩୪ ଓ ୧୭୦ ତମ ସ୍ଥାନରେ ରହିଛନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷାବିତ୍ମାନେ ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକ ବିଶ୍ୱ ସ୍ତରରେ କିପରି ପ୍ରଦର୍ଶନ କରୁଛନ୍ତି, ତାହା ଉପରେ ନଜର ରଖିଛନ୍ତି। ଏବେ ଏହି ତାଲିକା ସେମାନଙ୍କୁ ନିରାଶ କରିଛି।

ଭାରତର ଶ୍ରେଷ୍ଠ ତିନି

ଚଳିତ ବର୍ଷ ଆଇଆଇଟି ଦିଲ୍ଲୀ (IIT Delhi) ଏହି ରାଙ୍କିଙ୍ଗରେ ଭାରତର ସର୍ବୋଚ୍ଚ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି। ଗତ ବର୍ଷ ତୁଳନାରେ ଏହା ୫ଟି ସ୍ଥାନ ଉପରକୁ ଉଠିଛି। ୨୦୨୬ରେ ଆଇଆଇଟି ଦିଲ୍ଲୀ ୧୨୩ତମ ସ୍ଥାନରେ ଥିଲା, ହେଲେ ୨୦୨୭ ରାଙ୍ଗିଙ୍ଗରେ ୧୧୮ତମ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି। ଏବଂ ଏହାର ମୋଟ ସ୍କୋର ୬୫.୭ ରହିଛି। କେବଳ ତିନୋଟି ଭାରତୀୟ ପ୍ରତିଷ୍ଠାନ ବିଶ୍ୱର ଶ୍ରେଷ୍ଠ ୨୦୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ସେଗୁଡ଼ିକ ହେଲା-

  • IIT ଦିଲ୍ଲୀ୧୧୮ତମ ସ୍ଥାନ
  • IIT ବମ୍ବେ୧୩୪ତମ ସ୍ଥାନ
  • IIT ମାଡ୍ରାସ୧୭୦ତମ ସ୍ଥାନ

ଶ୍ରେଷ୍ଠ ୩ଟି ଭାରତୀୟ ଅନୁଷ୍ଠାନର କାର୍ଯ୍ୟ ଦକ୍ଷତା

ଏହି ଅନୁଷ୍ଠାନଗୁଡ଼ିକ ବିଭିନ୍ନ ମାନଦଣ୍ଡରେ ନିମ୍ନଲିଖିତ ସ୍କୋର ହାସଲ କରିଛନ୍ତି। ଟେବୁଲରେ ଦେଖନ୍ତୁ

ମାନଦଣ୍ଡ(Indicators)

IITଦିଲ୍ଲୀ

IITବମ୍ବେ

IITମାଡ୍ରାସ

ସିଟେସନ୍ ପ୍ରତି ଫ୍ୟାକଲ୍ଟି (Citations per Faculty)

୯୭.୩

୭୯.୩

୯୫.୩

ଏକାଡେମିକ୍ ସୁନାମ (Academic Reputation)

୬୪.୬

୭୨.୫

୫୫.୧

ନିଯୁକ୍ତିଦାତାଙ୍କ ସୁନାମ (Employer Reputation)

୯୬.୯

୯୭.୮

୮୭.୪

ନିଯୁକ୍ତି ଫଳାଫଳ (Employment Outcomes)

୫୯.୬

୭୮.୨

୫୩.୨

ଆନ୍ତର୍ଜାତୀୟ ଗବେଷଣା ନେଟୱାର୍କ (International Research Network)

୬୬.୫

୪୨.୧

୫୨.୨

ସ୍ଥାୟୀତ୍ୱ (Sustainability)

୮୧.୨

୭୯.୪

୭୪.୮

ଏହି ନୂଆ ରାଙ୍କିଙ୍ଗରେ ଯଦିଓ ଭାରତର ବିଶ୍ୱବିଦ୍ୟାଳୟଗୁଡିକର ଭଲ ପ୍ରଦର୍ଶନର ଧାରାକୁ ଦର୍ଶାଉଛି, ତଥାପି ଭାରତର ଶିକ୍ଷା ଅନୁଷ୍ଠାନଗୁଡିକ ବିଶ୍ୱର ଅନ୍ୟ ଦେଶଗୁଡିକର ଶିକ୍ଷାନୁଷ୍ଠାନ ଠାରୁ ବହୁତ ପଛରେ ପଡି ଯାଉଛି। ଯଦିଓ କେବଳ ତିନୋଟି ଭାରତୀୟ ଅନୁଷ୍ଠାନ ଶ୍ରେଷ୍ଠ ୨୦୦ ମଧ୍ୟରେ ସ୍ଥାନ ପାଇଛନ୍ତି, ତଥାପି ଅନେକ ବିଶ୍ୱବିଦ୍ୟାଳୟ ସେମାନଙ୍କର ସ୍ଥିତିରେ ସୁଧାର ଆଣିଛନ୍ତି। ଏହା ଗବେଷଣା, ନିଯୁକ୍ତି କ୍ଷମତା ଏବଂ ଆନ୍ତର୍ଜାତୀୟ ଶିକ୍ଷାଗତ ସହଯୋଗ ଉପରେ ଦେଶର ବଢୁଥିବା ଧ୍ୟାନକୁ ପ୍ରତିଫଳିତ କରୁଛି।
 

କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଂ ୨୦୨୭ ରେ ଶ୍ରେଷ୍ଠ ୨୦ ଭାରତୀୟ ବିଶ୍ୱବିଦ୍ୟାଳୟ

ଶିକ୍ଷାନୁଷ୍ଠାନ ଇଣ୍ଡିଆ ରାଙ୍କ ଗ୍ଲୋବାଲ ରାଙ୍କ

ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜୀ ଦିଲ୍ଲୀ (IIT Delhi)

1 118

ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜୀ ବମ୍ବେ (IIT Bombay)

2 134

ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜୀ ମାଡ୍ରାସ (IIT Madras)

3 170

ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜୀ ଖଡଗପୁର (IIT Kharagpur)

4 205
ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍ ସାଇନ୍ସ (IISc) ବେଙ୍ଗାଲୁରୁ 5 221
ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜୀ କାନପୁର (IIT Kanpur) 6 221
ଦିଲ୍ଲୀ ବିଶ୍ୱବିଦ୍ୟାଳୟ 7 332
ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜୀ ରୁରକୀ (IIT Roorkee) 8 335
ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜୀ ଗୌହ୍ୱାଟି (IIT Guwahati) 9 349
ଶୁଲିନି ବାୟୋଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ସାଇନ୍ସ ୟୁନିଭର୍ସିଟି 10 452
ଆନ୍ନା ୟୁନିଭର୍ସିଟି 11 470
ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜୀ (ବିଏଚୟୁ) ବାରାଣସୀ 12 510
ଚଣ୍ଡିଗଡ ୟୁନିଭର୍ସିଟି 13 526
ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜୀ ଇନ୍ଦୋର 14 546
ଜବାହାରଲାଲ ନେହେରୁ ୟୁନିଭର୍ସିଟି (JNU) 15 555
ବିର୍ଲା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ସାଇନ୍ସ (BITS) ପିଲାନି 16 575
ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜୀ ହାଇଦ୍ରାବାଦ (IITH) 17 588
ଭେଲୋର ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜୀ (VIT) 18 597
ସିମ୍ବାୟୋସିସ୍ ଇଣ୍ଟରନ୍ୟାସନାଲ୍ (ଡିମ୍ଡ ୟୁନିଭରସିଟି) 19 655
ଜାମିଆ ମିଲିଆ ଇସ୍ଲାମିଆ 20 686

ବିଶ୍ୱସ୍ତରୀୟମାନ୍ୟତା: MITପ୍ରାଧାନ୍ୟ

ବିଶ୍ୱ ସ୍ତରରେ, ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (MIT) କ୍ରମାଗତ ୧୫ତମ ବର୍ଷ ପାଇଁ ନମ୍ବର ୧ ସ୍ଥାନ ବଜାୟ ରଖିଛି।

Institution Global Rank Overall Score
Massachusetts Institute of Technology (MIT) 1 100
Imperial College London 2 99.2
Stanford University 2 99.2
University of Oxford 4 98.6
Harvard University 5 97.4
University of Cambridge 6 97.1
California Institute of Technology (Caltech) 7 96.6
ETH Zurich 8 96.3
University College London (UCL) 8 96.3
National University of Singapore (NUS) 10 96.2