ନୂଆଦିଲ୍ଲୀ ୨୩। ୦୪ : ଦେଶରେ ଅନଲାଇନ୍ ଗେମିଂଙ୍କୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅନଲାଇନ୍ ଗେମିଂ ଅଥରିଟି ଅଫ୍ ଇଣ୍ଡିଆ( ଓଡିଏଆଇ) ଗଠନ ନେଇ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ନୂଆ ବ୍ୟବସ୍ଥା ଅନଲାଇନ୍ ଗେମିଂ ରେଗୁଲେଶନ ଆକ୍ଟ-୨୦୨୫ ଅଧୀନରେ ମେ' ପହିଲାରୁ ସମଗ୍ର ଦେଶରେ ଲାଗୁ ହେବ।

ନୂଆ ନିୟମଗୁଡ଼ିକ ଅଧୀନରେ ଗେମିଂ କମ୍ପାନିଗୁଡ଼ିକୁ ବଡ଼ ଆଶ୍ବସ୍ତି ଦେଇ ସରକାର ସାର୍ଟିଫିକେଟ୍ର ବୈଧତାକୁ ଦୁଇ ଗୁଣା କରିଦେଇଛନ୍ତି। ଆଇଟି ସଚିବ ଏସ୍, କୃଷ୍ଣନ କହିଛନ୍ତି ଯେ, ସରକାର ଗେମିଂ ଶିଳ୍ପ ପାଇଁ ଲାଇଟ୍ ଟିଚ୍ ରେଗୁଲେଗେରୀ ଆପ୍ରୋଗ ଆପଣାଇଛନ୍ତି, ଯଦ୍ଵାରା ଷ୍ଟାର୍ଟଅପ୍ ଏବଂ ଡେଭଲପରମାନଙ୍କୁ ଅଯଥା ନେବାକୁ ପଡ଼ିବ ନାହିଁ। ନୂଆ ନିୟମ ଅଧୀନରେ ସବୁଠୁ ବଡ଼ ପରିବର୍ତ୍ତନ ଅନ୍ଲାଇନ୍ ଗେମର ପ୍ରମାଣନକୁ ନେଇ କରାଯାଇଛି। ଏବେ କୌଣସି ଗେମ୍କୁ ମିଳୁଥିବା ସାର୍ଟିଫିକେଟ ବୈଧତା ୫ ବର୍ଷ ବଦଳରେ ୧୦ ବର୍ଷ ପାଇଁ ହେବ।

ଫଳରେ ଗେମ୍ ନିର୍ମାତାଙ୍କୁ ବାରମ୍ବାର ରିନ୍ୟୁ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ ନାହିଁ । ସରକାରଙ୍କ ଅନୁସାରେ, ଏହାଦ୍ଵାରା ଇନ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ରେ ସୁଧାର ଆସିବ। ଆଇଟି ସଚିବଙ୍କ ଅନୁସାରେ, ଯେଉଁ ଗେମ୍ରେ ବାସ୍ତବ ଟଙ୍କାର ନେଣଦେଣ ସାମିଲ ନ ଥାଏ ତାହାକୁ ପଞ୍ଜୀକରଣ କରିବା ଅନିବର୍ଯ୍ୟ ହେବ ନାହିଁ।

Also Read-ଲାଗୁ ହେଲା 'NO PUC NO FUEL' ନିୟମ, ପଲ୍ୟୁସନ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ପମ୍ପରେ ମିଳିବନି ତେଲ