ଦେବଗଡ଼: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ମୃତକ ହେଲେ ସ୍ଥାନୀୟ ବାସୁଦେବପୁର ଅଞ୍ଚଳର ଜଣେ କିନ୍ନର ଲଗେନ ବାଘ ଓରଫ ଲଗେନ । ମୃତ ଲଗେନ ସକାଳେ ଅସୁସ୍ଥତା ଅନୁଭବ କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ପରିବାର ଓ କିନ୍ନର ସଂଘ ପକ୍ଷରୁ ଭୁଲ୍ ଇଞ୍ଜେକସନ ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି।

ସୂଚନା ଅନୁସାରେ, ମୃତ ଲଗେନ ଦେବଗଡ଼ ପୌର ପରିଷଦରେ କାର୍ଯ୍ୟରତ ଥିଲେ । ଏମିତିରେ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ମୃତକଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ସହ ଉପଯୁକ୍ତ ତଦନ୍ତ କରି ଚିକିତ୍ସା କରିଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନରେ ଦାବିରେ ଅଡ଼ି ବସିଛନ୍ତି କିନ୍ନର ସଂଘ।  ତେବେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିଛି । ଆଉ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବା ପରେ କିନ୍ନର ସଂଘର ଧାରଣା ପ୍ରତ୍ୟାହୃତ ହୋଇଛି ଏବଂ ମୃତ କିନ୍ନରଙ୍କ ମର ଶରୀର ଶବ ଗୃହକୁ ସ୍ଥାନାନ୍ତରିତ ହୋଇଛି । ବୁଧବାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Also Read: ଚୌଦ୍ୱାର ଜେଲ୍ ମାମଲାରେ ବିବାଦୀୟ ମୋଡ଼, ଏତଲା ପ୍ରତ୍ୟାହାର ପାଇଁ ପଡୁଛି ଚାପ