ବ୍ରହ୍ମପୁର: ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀଙ୍କ ଆତ୍ମହତ୍ୟା । ଜେଲ ଭିତର ଥିବା ଏକ ପାଇଖାନାରୁ ଝୁଲନ୍ତା ମୃତ ଦେହ ଉଦ୍ଧାର । ମୃତକ ହେଲେ ଶାନ୍ତନୁ ପାତ୍ର, ତାଙ୍କ ଘର ବାଲେଶ୍ୱର ଖନ୍ତାପଡ଼ା ଅଞ୍ଚଳର ।

ସୂଚନା ଅନୁସାରେ, ୨୦୨୫ ଅଗଷ୍ଟ ୧୦ରେ ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀମା ନଗର ଅଞ୍ଚଳରେ ଜଣେ ମହିଳାଙ୍କୁ ହତ୍ୟା ଓ ତାଙ୍କ ଝିଅଙ୍କୁ ଆକ୍ରମଣ କରି ହତ୍ୟା ଉଦ୍ୟମ ଅଭିଯୋଗରେ କର୍ଣ୍ଣାଟକରୁ ଗିରଫ ହୋଇଥିଲେ ଶାନ୍ତନୁ । ୨୦୨୫ ଅଗଷ୍ଟ ୧୬ ତାରିଖରେ ତାଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ । ସେହି ଦିନଠାରୁ ସେ ବ୍ରହ୍ମପୁର ଜେଲରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ । ତେବେ ପୋଲିସ ବର୍ତ୍ତମାନ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Also Read: ବୈତରଣୀରେ ବାଲି ମାଫିଆ ସକ୍ରିୟ, ବୋହି ନେଉଛନ୍ତି ଶହଶହ ଟ୍ରିପ୍ ବାଲି