ଅନୁଗୋଳ ୩୧।୧୨ : ଅନୁଗୋଳରେ ହାତୀ ନେଲା ଆଉ ଏକ ଜୀବନ। ହାତୀ ଆକ୍ରମଣରେ ସାହାରାଗୋଡା ସୁନାଭୁଇଁ ଗାଁରେ ଜଣେ ମହିଳାଙ୍କ ମୃତ ହୋଇଛି। ମୃତ ମହିଳା ହେଲେ ଜିଲି ବେହେରା। ବୟସ 35 ପାଖାପାଖି।

ଖବର ଅନୁଯାୟୀ, ବୁଧବାର ସକାଳୁ ସକାଳୁ ପାଖ ନଳକୂପରୁ ପାଣି ଆଣିବାକୁ ଯାଇଥିଲେ ମହିଳା ଜିଲି । ଏହି ସମୟରେ ସେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ଦନ୍ତା ହାତୀଟି ନଳକୂପ ପାଖରେ ତାଙ୍କୁ ମାରିଦେଇଛି। ଯାହାକୁ ନେଇ ଗାଁରେ କାନ୍ଦ ବୋବାଲିରେ ଫାଟି ପଡୁଛି। ମହିଳାଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ଲାଗି ରହିଛି। ସବୁବେଳେ ଗାଁ ପାଖରେ ଦଳ ଦଳ ହାତୀ ବୁଲୁଛନ୍ତି । ହେଲେ ବନ ବିଭାଗ ଏମାନଙ୍କୁ ଆୟତ୍ତ କରିବାରେ ଅସମର୍ଥ ହେଉଛି। ତେଣୁ ଏଭଳି ଘଟଣା ଗୋଟିଏ ପରେ ଗୋଟିଏ ଦେଖିବାକୁ ମିଳୁଛି। ଲୋକଙ୍କ ସୁରକ୍ଷା ଦାବି କରୁଛନ୍ତି ସ୍ଥାନୀୟ ଲୋକ। ବନ ବିଭାଗ ଘଟଣାସ୍ଥଳରେ ପହଁଚି ନାହାନ୍ତି।