ଟାଙ୍ଗୀ ୨୫/୦୨: ଜଙ୍ଗଲିଆ ରାସ୍ତାରେ ନିଜ ନିଜର ଘରକୁ ଫେରୁଥିଲେ ୩ ବନ୍ଧୁ । ଠିକ୍ ଏତିକି ବେଳେ ଏକ ଦନ୍ତାହାତୀ ଏହି ୩ ଜଣଙ୍କୁ ଆକ୍ରମଣ କରିବା ପାଇଁ ଗୋଡାଇଥିଲା । ଜୀବନ ବଞ୍ଚାଇବା ୩ ବନ୍ଧୁ ଯିଏ ଯୁଆଡେ ପାରିଲା ସିଆଡେ ଧାଇଁଲେ । ହେଲେ ଜଣେ କିନ୍ତୁ ହାତୀ ଆକ୍ରମଣରୁ ବର୍ତ୍ତି ପାରିନଥିଲା । ଶେଷରେ ହାତୀ ପାଦରେ ଜଣଙ୍କର ଜୀବନ ଗଲା । ମୃତ ବ୍ୟକ୍ତି ଜଣକ ନରମାନବୀ ଗାଁର ବାବୁଲି ପରିଡ଼ା । ଟାଙ୍ଗୀ ବନ ବିଭାଗର ରଣ୍ଡା ଜଙ୍ଗଲରେ ଘଟିଛି ଏଭଳି ଦୁଃଖଦ ଘଟଣା । ଅନ୍ୟ ୨ ଜଣ ଅଳ୍ପକେ ହାତୀ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି ।

also read...

କେତେ ଗଲେ ଆଉ ଚେତିବେ? ଭୁବନେଶ୍ୱରରେ ମାଳ ମାଳ ବିପଦପୂର୍ଣ୍ଣ ହୋଡିଂ

ସୂଚନା ଥାଉକି, ମୃତ ବ୍ୟକ୍ତି ବାବୁଲି ପରିଡ଼ା ନିଜ ଝିଅକୁ ମାଟ୍ରିକ ପରୀକ୍ଷା ଦେବା ପାଇଁ ଅନ୍ୟତ୍ର ନେବା ପାଇଁ ଘରକୁ ଫେରୁଥିଲେ । ଏପଟେ ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା କାର୍ଯ୍ୟ ଠିକ୍ ଭାବରେ ସମ୍ପାଦନ କରାଯାଉ ନଥିବା କାରଣରୁ ଜଣଙ୍କର ଜୀବନ ଯାଇଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ସମସ୍ତ ସରକାରୀ ଅନୁକମ୍ପା ଯୋଗାଇ ଦିଆଯିବ ବୋଲି ଟାଙ୍ଗୀ ବନ ବିଭାଗ ପକ୍ଷରୁ କୁହାଯାଇଛି । ଏବେ ଟାଙ୍ଗୀ ବନ ବିଭାଗ ରେଞ୍ଜ ଇଲାକାରେ ୨୦ ରୁ ଉର୍ଦ୍ଧ୍ବ ହାତୀ ବିଭିନ୍ନ ଜଙ୍ଗଲିଆ ସ୍ଥାନରେ ଘୁରି ବୁଲୁଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।