ଭୁବନେଶ୍ବର ୮।୯: ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର । ଦୁଗ୍ଧ କ୍ରୟ ମୂଲ୍ୟ ବୃଦ୍ଧି କଲା ଓମ୍‌ଫେଡ୍ । ଆସନ୍ତା ୧୧ ରୁ ଚାଷୀଙ୍କ ଠାରୁ ଦୁଗ୍ଧ କ୍ରୟ ମୂଲ୍ୟରେ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରାଯିବ । ଏହାଦ୍ବାରା ରାଜ୍ୟର ୩ ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀ ଉପକୃତ ହେବେ ।

ଆସନ୍ତା ସେପ୍ଟେମ୍ୱର ୧୧ରୁ ଚାଷୀଙ୍କ ଠାରୁ ଦୁଗ୍ଧ କ୍ରୟ ମୂଲ୍ୟରେ ଲିଟର ପ୍ରତି ୨ଟଙ୍କା ବୃଦ୍ଧି କରାଯିବ । ରାଜ୍ୟର ୩ ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହେବ । ଏବେ କ୍ଷୀର ଦର ବୃଦ୍ଧି ହେବ ନାହିଁ । ଖାଉଟିଙ୍କ ଉପରେ ପ୍ରଭାବ ପଡ଼ିବ ନାହିଁ । ଚାଷୀ ଲାଭବାନ ହେବେ ।

Also Read:- ସରକାରୀ ଟଙ୍କା ଆତ୍ମସାତ୍ ଅଭିଯୋଗ : ଫେରାର ଥିବା ଆକାଉଣ୍ଟାଣ୍ଟଙ୍କୁ ଉଠାଇନେଲା ଭିଜିଲାନ୍ସ

ପ୍ରତିଦିନ ଓମ୍‌ଫେଡ୍ ପ୍ରାୟ ୭ ଲକ୍ଷ ଲିଟର କ୍ଷୀର ସଂଗ୍ରହ କରୁଛି । ଆଗାମୀ ଦିନରେ ମେଡିକାଲ କ୍ୟାମ୍ପସ, PHC, CHC, ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ କ୍ଷୀର ଓମ୍‌ଫେଡ ପାର୍ଲର ଖୋଲିବ । ଏନେଇ ବୁଧବାର ସ୍ଵାସ୍ଥ୍ୟ ବିଭାଗ ସହ ଆଲୋଚନା ହେବ । ରାଜ୍ୟରେ ୫୦୦ ଓମ୍‌ଫେଡ୍‌ ପାର୍ଲର ଖୋଲାଯିବ ।