ଶ୍ରୀନଗର: ବରିଷ୍ଠ ସାମ୍ବାଦିକା ନିଧି ରାଜଦାନଙ୍କୁ ବିବାହ କଲେ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ଶନିବାର ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଇନଷ୍ଟାଗ୍ରାମରେ ନିଧିଙ୍କୁ ଟ୍ୟାଗ୍ କରି ଓମାର ଅବୁଦୁଲ୍ଲା ବିବାହର ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି “ ଗତକାଲି ଠାରୁ ଏକ ନୂଆ ଯାତ୍ରା ଆରମ୍ଭ ହୋଇଛି।”

ଶୁକ୍ରବାର ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଗହଣରେ ଓମାର ଅବଦୁଲ୍ଲା ଓ ନିଧିଙ୍କର ବିବାହ ହୋଇଥିଲା। ବିବାହର ଦିନକ ପରେ ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡିଆ ପୋଷ୍ଟ ମାଧ୍ୟମରେ ଲୋକଙ୍କୁ ଏହାର ସୂଚନା ଦେଇଛନ୍ତି।

୩ ମାସ ପୂର୍ବେ ସୁପ୍ରିମକୋର୍ଟ ଓମାର ଅବୁଦ୍ଲାଙ୍କ ଛାଡ଼ପତ୍ର ମଞ୍ଜୁର କରିଥିଲେ। ଓମାରଙ୍କର ପୂର୍ବତନ ପତ୍ନୀ ପାୟଲ ଅବଦୁଲ୍ଲାଙ୍କ ସହ ତାଙ୍କର ଛାଡ଼ପତ୍ର ହେବା ପରେ ଏହି ଖବର ସାମ୍ନାକୁ ଆସିଛି। ମାମଲାରେ ଶୁଣାଣି କରି ୩୧ ଜୁଲାଇ ୨୦୨୬ରେ ସୁପ୍ରିମକୋର୍ଟ କହିଥିଲେ ଯେ

୩୧ ଜୁଲାଇ, ୨୦୨୬ରେ ସୁପ୍ରିମକୋର୍ଟ କହିଲେ ଯେ, ଉଭୟ ପକ୍ଷ ନିଜ ସମ୍ପର୍କ ଶେଷ କରିବା ଏବଂ ସମସ୍ତ ବିବାଦର ସମାଧାନ ପାଇଁ ପାରସ୍ପରିକ ସହମତି ପ୍ରକାଶ କରିବା ପରେ, କୋର୍ଟ ସେମାନଙ୍କ ବିବାହ ବିଚ୍ଛେଦ ଘୋଷଣା କରିବେ। ସେମାନେ ପରସ୍ପର ବିରୁଦ୍ଧରେ ଦାୟର କରିଥିବା ମାମଲାଗୁଡ଼ିକୁ ମଧ୍ୟ ପ୍ରତ୍ୟାହାର କରିବାକୁ ସହମତ ହୋଇଥିଲେ ବୋଲି କୋର୍ଟ କହିଥିଲେ।

Also Read- କରୱା ଚୌଥ୍ରେ ସ୍ୱାମୀଙ୍କୁ ଧୋକା ; ହୋଟେଲରୁ ପ୍ରେମିକ ସହ ପତ୍ନୀଙ୍କୁ ଧରିଲା ସ୍ଵାମୀ, ବର୍ଷେ ପୂର୍ବରୁ କରିଥିଲେ ଲଭ ମ୍ୟାରେଜ

ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଓମାରଙ୍କ ଛାଡ଼ପତ୍ର ନାମଞ୍ଜୁର କରିବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ବେଳେ ଉଭୟ ପକ୍ଷ ସେମାନଙ୍କର ବିବାହକୁ ସମାପ୍ତ କରିବା ପାଇଁ ଧାରା ୧୪୨ ଅନୁସାରେ ଦୁହିଁଙ୍କ ସହମତି ଆଧାରରେ ଆବେଦନ କରିଥିଲେ। ବରିଷ୍ଠ ଓକିଲ କପିଲ ସିବଲ ଦମ୍ପତିଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇ ପକ୍ଷ ରଖିଥିଲେ।

​​​​​​​

ସୂଚନା ଥାଉକି ଦିଲ୍ଲୀର ଓବରୟ ହୋଟେଲ୍ରେ କାମ କରୁଥିବା ସମୟରେ ଓମାର ଓ ପାୟଲଙ୍କର ଦେଖା ହୋଇଥିଲା। ଏହାପରେ ଦୁହେଁ ୧୯୯୪ ମସିହାରେ ବିବାହ କରିଥିଲେ। ଦମ୍ପତିଙ୍କର ଦୁଇଟି ପୁଅ ଜାହିର ଓ ଜମିର ମଧ୍ୟ ଅଛନ୍ତି। ହେଲେ ବିବାହର ୧୫ ବର୍ଷ ପରେ ଅର୍ଥାତ୍ ୨୦୦୯ ଠାରୁ ଦମ୍ପତି ଅଲଗା ରହୁଥିଲେ। ଏହାପରେ ୨୦୧୧ ମସିହାରେ ଓମାର ବିବାହ ବିଚ୍ଛେଦ ଘୋଷଣା କରିଥିଲେ।