ପୁରୁଷୋତ୍ତମପୁର, ୨୮/୧୦ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ବାଣନଈ ଗ୍ରାମରେ ଅଘଟଣ । ବୁଧବାର ସକାଳେ ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଏଠାରେ ଜଣେ ୭୫ ବର୍ଷର ବୃଦ୍ଧ ପାଣିରେ ବୁଡି଼ ପ୍ରାଣ ହରାଇଛନ୍ତି ।

ରିପୋର୍ଟ ଅନୁସାରେ, ବାଣନଈ ଗ୍ରାମର ୭୫ ବର୍ଷୀୟ କୃଷ୍ଣ ଗୌଡ଼ ସକାଳୁ ସ୍ନାନ ଏବଂ ଶୌଚ ପାଇଁ ପୋଖରୀକୁ ଯାଇଥିଲେ । ଗାଧୋଇବା ପାଇଁ ଗଲା ବେଳେ ପୋଖରୀରେ ତାଙ୍କର ଗୋଡ଼ ଖସି ଯାଇଥିଲା । ଫଳରେ ସେ ପାଣିରେ ବୁଡି ପ୍ରାଣ ହରାଇଥିଲେ । ପ୍ରବଳ ବର୍ଷା ଯୋଗୁଁ ପୋଖରୀରେ କିଏ ନଥିଲେ । ତେଣୁ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପାରିନଥିଲା ।

Also Read :- ବାତ୍ୟା ‘ଅର୍ଣ୍ଣବ’ର କରୁଣ ପରିଣତି! ଅସ୍ତରଙ୍ଗରେ କାନ୍ଥ ଭୁଶୁଡ଼ି ମହିଳାଙ୍କ ମୃତ୍ୟୁ

ବହୁ ସମୟ ପର୍ଯ୍ୟନ୍ତ ଘରକୁ କୃଷ୍ଣ ନ ଫେରିବାରୁ ଘର ଲୋକ ଖୋଜାଖୋଜି କରିଥିଲେ । ଏହାପରେ ସେମାନେ ପୋଖରୀକୁ ଆସି ଦେଖିଲା ବେଳକୁ କୃଷ୍ଣ ପାଣିରେ ଭାସୁଥିଲେ । ସଙ୍ଗେ ସଙ୍ଗେ କିଛି ଲୋକ ତାଙ୍କୁ ଉଦ୍ଧାର କରି ଘରକୁ ନେବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।