କୋଣାର୍କ ୨୮।୧୦ :  ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ । ପୁରୀ ଜିଲ୍ଲା ଅସ୍ତରଙ୍ଗରେ କାନ୍ଥ ପଡ଼ି ଜଣେ ମହିଳା ମୃତ। ବାତ୍ୟାଜନିତ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଘଟିଯାଇଛି ଏକ ବଡ଼ ଅଘଟଣ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ସରିଫପୁର ପଞ୍ଚାୟତ ଜେନାପୁର ଗ୍ରାମରେ କାନ୍ଥ ଭୁଶୁଡ଼ି ଜଣେ ୪୦ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଛି।

​ଖବର ଅନୁଯାୟୀ, ମୃତ ମହିଳା ଜଣକ ହେଉଛନ୍ତି ଲୋଭମତି ମୁଦୁଲି। ରୋଷେଇ ଘର ପାଖରେ ଥିବା ଏକ ଗଛ, ପ୍ରବଳ ପବନ ଯୋଗୁଁ ଇଟା କାନ୍ଥ ଉପରେ ଭାଙ୍ଗି ପଡ଼ିଥିଲା। ଫଳରେ ରୋଷେଇ ଘର କାନ୍ଥଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ସେହି ସମୟରେ ଘରେ ରୋଷେଇ କରୁଥିବା ଲୋଭମତି ଏହାର ଶିକାର ହୋଇଥିଲେ।

Also Read:-ଲ୍ୟାଣ୍ଡଫଲ୍ ବେଳେ ୧୫୦ କିମିର ପବନ ଝଟକା : ଆଜି ଓଡ଼ିଶାକୁ ବଡ଼ ବିପଦ, ଏହି ସବୁ ଜିଲ୍ଲା ସାବଧାନ !

​ଘଟଣାସ୍ଥଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଚାରିଛକ ଏବଂ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅମାନୁଷିକ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

ବାତ୍ୟା ସମୟରେ ଏଭଳି ଅଘଟଣ ଘଟିବା ପରେ ମୃତକଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏଭଳି ସ୍ଥିତିରେ ବାତ୍ୟା ସମୟରେ ଦୁର୍ବଳ କାନ୍ଥ, ଗଛ ଓ ଅସୁରକ୍ଷିତ ଘରଠାରୁ ଦୂରରେ ରହିବା ସହ ପ୍ରଶାସନର ସତର୍କତାମୂଳକ ନିର୍ଦ୍ଦେଶ ମାନିବା ଜରୁରୀ।

Watch Video:-

​​​​​​​