ମୁମ୍ବାଇ,୧|୦୧ : ଆଉ କିଛି ଦିନ ପରେ ଆରମ୍ଭ ହେବ ଟି୨୦ବିଶ୍ୱକପ୍ । ମୁକାବିଲାରେ ଭାରତ ରହିଛି ସବୁଠୁ ଫେଭରେଟ୍ । ଶେଷ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହୋଇଥିଲା ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ନେତୃତ୍ୱରେ ବିଶ୍ୱ ବିଜେତା ହୋଇଥିଲା ଟିମ୍ । ଏଥର ସୂର୍ଯ୍ୟ କୁମାର ଯାଦବଙ୍କ କପ୍ତାନୀରେ ଦଳ ସମାନ ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି । ତେବେ ଦଳ ପାଇଁ ନିଜେ ସୂର୍ଯ୍ୟ ସବୁଠୁ ବଡ ଟେନସନ୍ ପାଲଟିଛନ୍ତି । କାରଣ ଗତ ଦୁଇ ବର୍ଷ ହେଲାଅନ୍ତର୍ଜାତୀୟ ମୁକାବିଲାରେତାଙ୍କ ବ୍ୟାଟ୍ ରୁ ରନ୍ ଆସୁନି ।

ହାତ ଗଣତି ଦୁଇ ତିନୋଟି ମୁକାବିଲାକୁ ଛାଡିଦେଲେ ୯୦ପ୍ରତିଶତ ମୁକାବିଲାରେ ସୂର୍ଯ୍ୟ ଫେଲ୍ ମାରିଛନ୍ତି । ଦିନେ ସେ ବିଶ୍ୱର ଏକ ନମ୍ବର ଟି୨୦ବ୍ୟାଟର ଥିଲେ । ଏବେ ଗୋଟିଏ ଗୋଟିଏ ରନ୍ ପାଇଁ ସେ ସଙ୍ଘର୍ଷ କରୁଛନ୍ତି । ତେବେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି ହିଟମ୍ୟାନ୍ ରୋହିତ ଶର୍ମା ।

ରୋହିତ କହିଛନ୍ତି ଯେ, ଅଧିନାୟକ ରନ୍ କରୁଛନ୍ତି ନା ନାହିଁ, ଫର୍ମରେ ଅଛନ୍ତି ନା ନାହିଁ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ । କ୍ୟାପ୍ଟେନ୍ଆଉଟ୍ ଅଫ୍ ଫର୍ମ୍ ଅର୍ଥ ଜଣେ ଖେଳାଳି ଫର୍ମରେ ନାହାଁନ୍ତି । ଯାହା ଅନ୍ୟ ବ୍ୟାଟରଙ୍କ ଉପରେ ପ୍ରଭାବ ପକାଇବ । ଦଳରେରୁବ୍ୟାଟର ରହିଛନ୍ତି । ଜଣେଭଲ ନଖେଳିଲେ ଅନ୍ୟମାନେ ପ୍ରଭାବିତ ହେବେ । ଯଦି ସୂର୍ଯ୍ୟ ବଡ ସ୍କୋର ନକରନ୍ତି ତେବେ ବ୍ୟାଟିଂ ଲାଇନ୍ ଅପ୍ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିବ ।

ହିଟମ୍ୟାନ୍ ଆହୁରି କହିଛନ୍ତି ଯେ, ଖେଳକୁ ନେଇ ସୂର୍ଯ୍ୟଙ୍କ ଅନେକ ଅଭିଜ୍ଞତା ରହିଛି । ଯେଉଁମାନେ ତାଙ୍କ ସହ ଖେଳିବେ ସମସ୍ତଙ୍କୁ ସୂର୍ଯ୍ୟ ଭଲଭାବେ ଜାଣିଛନ୍ତି । କେଉଁ ବେଷ୍ଟ୍ ଖେଳାଳିଙ୍କୁ ସେ ଟିମରେ ନେବେ ତାହା ସ୍କାଏ ନିଜେ ନିଷ୍ପତ୍ତି ନେବେ ।

ସୂଚନାଯୋଗ୍ୟ, ବୁଧବାରଠାରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ସିରିଜ୍ ଆରମ୍ଭ ହେବ । ବିଶ୍ୱକପ୍ ପୂର୍ବରୁ ଏହି ସିରିଜ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଭଲ ପ୍ରଦର୍ଶନ କରି ଭାରତ ବିଶ୍ୱକପ୍ ପୂର୍ବରୁ ଆତ୍ମବିଶ୍ୱାସରେ ଭରପୁର ରହିବାକୁ ପ୍ରୟାସ କରିବ ।