ଭୁବନେଶ୍ବର ୨୪।୮: ସମୟ ଭିତରେ ସେବା ନଦେଲେ ତଣ୍ଡ ଗଣିବେ ଅଫିସର । ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଦରମାରୁ କଟିବ ଦିନକୁ ୨୫୦ ଟଙ୍କା ଜରିମାନା । ସାଧାରଣ ପ୍ରଶାସନ ବିଭାଗ ଆଣିଛି ଏମିତି ନୂଆ ଗାଇଡଲାଇନ୍ । ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ ଅଧୀନରେ ଥିବା ସମସ୍ତ ସରକାରୀ ସେବା ଯୋଗାଣ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଲାଗୁ ହୋଇଛି ‘ଅଟୋ-ଅପିଲ୍ ସିଷ୍ଟମ୍’ । ଏହି ବ୍ୟବସ୍ଥାର ସୁପରିଚାଳନା ପାଇଁ ସାଧାରଣ ପ୍ରଶାସନ ଆଣିଛି ଗାଇଡଲାଇନ୍ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର । ସେବାରେ ଖିଲାପ ହେଲେ କି ବିଳମ୍ବ ହେଲେ ଆପେ ଆପେ ହେବ ଅପିଲ । ଆଉ ଦାୟୀ ରହିବେ ସମ୍ପୃକ୍ତ ଅଧିକାରୀ ।

​​​​​​​

ନୂଆ ଏସଓପିରେ କଠୋର ଆର୍ଥିକ ଜରିମାନାର ବ୍ୟବସ୍ଥା ରହିଛି । କାର୍ଯ୍ୟରେ ବିଳମ୍ବ ପାଇଁ ଦାୟୀ ଅଫିସରଙ୍କ ଉପରେ ଦିନକୁ ୨୫୦ଟଙ୍କା ହିସାବରେ ସର୍ବାଧିକ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରିବ । ଏହି ଜରିମାନା ଅର୍ଥକୁ ସମ୍ପୃକ୍ତ ଅଫିସରଙ୍କ ଏଚଆରଏମଏସ୍ ଓ ଟ୍ରେଜେରୀ ସିଷ୍ଟମ ସହ ସଂଯୋଗ କରି ସିଧାସଳଖ ତାଙ୍କ ଦରମାରୁ ଆଦାୟ କରାଯିବ । ସମସ୍ତ ବିଭାଗକୁ ଏସଓପି ପଠାଇଛି ସାଧାରଣ ପ୍ରଶାସନ ବିଭାଗ ।

Also Read:- ମାଛକୁଣ୍ଡ ଡ୍ୟାମ୍‌ର ୬ ନମ୍ବର ଗେଟ୍ ଖୋଲା, ବର୍ଷା ବଢିଲେ ଖୋଲିପାରେ ଆଉ ଅଧିକ

ଏହି ନୂଆ ଏସଓପି ଅନୁସାରେ, ଓଡ଼ିଶା ଜନସେବାରେ ସାମିଲ ହୋଇଥିବା ସେବା ପାଇବା ପାଇଁ ଜଣେ ଆବେଦନକାରୀ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ଆବେଦନ କରିବା ପରେ ଏକ ସ୍ୱତନ୍ତ୍ର ଆକନଲେଜମେଣ୍ଟ ନମ୍ବର ପ୍ରାପ୍ତ ହେବେ । ଯଦି ନିର୍ଦ୍ଦିଷ୍ଟ ଦାୟିତ୍ୱପ୍ରାପ୍ତ ଅଫିସର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉକ୍ତ ଆବେଦନର ସମାଧାନ ନ କରି ସେବା ପ୍ରଦାନରେ ବିଫଳ ହୁଅନ୍ତି, ତେବେ କୌଣସି ଅତିରିକ୍ତ ଆବେଦନ ବିନା ସିଷ୍ଟମ ସ୍ୱୟଂଚାଳିତ ଭାବେ ଉକ୍ତ ମାମଲାକୁ ‘ଅଟୋ-ଅପିଲ୍’ ଭାବରେ ପ୍ରଥମ ଅପିଲେଟ୍ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ଦେବ ।

Watch Video:

​​​​​​​