ଲମତାପୁଟ ୨୪।୮: ଲଗାଣ ବର୍ଷା ଯୋଗୁଁ ଲମତାପୁଟ ବ୍ଲକ୍ର ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡ଼ି. ଡ୍ୟାମ୍ ବିପଦ ସଙ୍କେତକୁ ଛୁଇଁଛି । ଏହା ବିପଦ ସଙ୍କେତ ଛୁଇଁବା ପରେ ପୁଣି ଡ୍ୟାମ୍‌ ଗୋଟିଏ ଗେଟ୍ ଖୋଲି ଜଳ ନିଷ୍କାସନ ଆରମ୍ଭ ହୋଇଛି l ୬ ନମ୍ବର ଗେଟ୍ ଦେଢ଼ ଫୁଟ ଖୋଲାଯାଇ ପ୍ରତି ସେକେଣ୍ଡକୁ ୧୫ ଶହ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି l

ଜଲଭଣ୍ଡାରର ଜଳଧାରଣା କ୍ଷମତା ୨୫୯୦ ଫୁଟ ରହିଥିବା ବେଳେ ୨୫୮୭.୯ ଜଳସ୍ତର ଛୁଇଁବା ପରେ ଗୋଟିଏ ଗେଟ୍ ଖୋଲାଯାଇଛି l ଲଗାତାର ୩ ଦିନ ଧରି କୋରାପୁଟ ଜିଲ୍ଲାର ଲମତାପୁଟ ମୂଷଳଧାରାରେ ବର୍ଷା ଲାଗି ରହିଛି l ଆଗକୁ ବର୍ଷା ପରିମାଣ ବଢିଲେ ଡ୍ୟାମ୍ରେ ଥିବା ଅନ୍ୟ ଗେଟ୍ ଖୋଲିବା ନେଇ ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି l

Also Read:- ଗିରଫ ପରେ ପୁଣି ଭିଜିଲାନ୍ସ ରେଡ୍, ରାଜସ୍ୱ ସହାୟକଙ୍କ ୬ ଠିକଣାରେ ଚଢ଼ାଉ

ସେପଟେ ଲଘୁଚାପ ପ୍ରଭାବରେ ଆଜି ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲା ଗୁଡିକ ହେଉଛି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର ଓ ବୌଦ୍ଧ । ସେହିପରି ବାକି ୨୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୩ ଦିନ ଧରି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବା ସମ୍ଭାବନା ରହିଛି । ତେବେ ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଅତିପ୍ରବଳ ବର୍ଷା ଯୋଗୁଁ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଆଜି ମଧ୍ୟ ଅନେକ ସ୍ଥାନରେ ବର୍ଷା ଜାରି ରହିଛି । ଏହି ମାସ ଶେଷ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ କିମ୍ବା ଶକ୍ତିଶାଳୀ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

Watch Video: