ଭୁବନେଶ୍ୱର ୨୮।୦୯ : ରାଜ୍ୟରେ ବଢୁଛି ଋଣ ଭାର । ଦେଢ଼ ଲକ୍ଷ କୋଟି ଛୁଇଁବାକୁ ବସିଲାଣି ରାଜ୍ୟର ଋଣଭାର । ମାର୍ଚ୍ଚ ୨୦୨୭ ସୁଦ୍ଧା ରାଜ୍ୟର ଋଣଭାର ୧ ଲକ୍ଷ ୪୮ ହଜାର କୋଟିରେ ପହଞ୍ଚିବ ।

ବିଧାୟକ ତୁଷାରକାନ୍ତି ବେହେରା ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଭାବେ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ଋଣ କେତେ ଅଛି ଏବଂ ଆଗାମୀ ଦିନରେ ଏହା କେଉଁ ପର୍ଯ୍ୟନ୍ତ ପହଞ୍ଚିବ। ଯାହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମାର୍ଚ୍ଚ ୨୦୨୭ ସୁଦ୍ଧା ରାଜ୍ୟର ଋଣଭାର ୧ ଲକ୍ଷ ୪୮ ହଜାର କୋଟିରେ ପହଞ୍ଚିବ । ସେହିପରି ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୩୧ ହଜାର ୩୪୪ ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରିଛନ୍ତି ସରକାର । ତେବେ ଆର୍ଥିକ ବର୍ଷ 2005-06 ଠାରୁ ପ୍ରତିବର୍ଷ ଆହରଣ କରାଯାଉଥିବା ଋଣ ସମ୍ପୂର୍ଣ ଭାବରେ ପୁଞ୍ଜି ଖର୍ଚ୍ଚରେ ବିନିଯୋଗ କରାଯାଉଛି ଓ ଏହି ଅର୍ଥରୁ କୌଣସି ଅର୍ଥ ରାଜସ୍ବ ବ୍ୟୟ ପାଇଁ ଖର୍ଚ୍ଚ କରାଯାଉନାହିଁ । ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Also Read:-ନବୀନଙ୍କୁ ସୁରେଶଙ୍କ ଟାର୍ଗେଟ, ଯଦି Gen-Zଙ୍କ କଥା ଭାବିଥାନ୍ତେ, ଆଜି ରାଜ୍ୟରେ ସମସ୍ୟା ନଥାନ୍ତା