ଭୁବନେଶ୍ଵର: ଛାଡ଼ିନି ବନ୍ୟା। ଏବେ ବି ବିଭିନ୍ନ ନଦୀ ଉଛୁଳୁଛି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ପାଣି ଛାଡ଼ିନି। ଏଭଳି ସ୍ଥିତିରେ ଆଗକୁ ଆସୁଛି ଆଉ ଏକ ବଡ଼ ବର୍ଷା, ଯାହା ବନ୍ୟା ପ୍ରପୀଡ଼ିତ ଅଂଚଳବାସୀଙ୍କ ଭିତରେ ଛନକା ଖେଳାଇ ଦେଇଛି।କାରଣ ପୁଣି ପ୍ରବଳ ବର୍ଷିଲେ ସ୍ଥିତି ଆହୁରୀ ସଙ୍ଗୀନ ହୋଇଯିବ।ଆସନ୍ତା ୪ ତାରିଖରେ ଆଉ ଘୂର୍ଣ୍ଣିବଳୟ ରହିଛି ଏବଂ ବର୍ଷା ପରିମାଣ ବଢିବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୮ଟି ଜିଲ୍ଲାରେ ହାଲକାରୁ ମଧ୍ୟମ ବର୍ଷା ହୋଇପାରବେ ବୋଲି ସୂଚନା ମିଳିଛି।

ଯୁଆଡେ ଆଖି ପହଞ୍ଚିଲେ ଖାଲି ପାଣି ଆଉ ପାଣି।କେଉଁଠି ନଦୀ ଉବୁବୁଟୁ ହେଉଛି, କେଉଁଠି ଗାଁରେ ପାଣି ପଶିଯାଇଛି ତ, ଆଉଁ କେଉଁଠି ଏବେ ଘରେ ଲହଡି ମାରୁଛି ପାଣି।ବିଭିନ୍ନ ବନ୍ୟା ପ୍ରଭାବିତ ଅଂଚଳରେ ସ୍ଥିତିରେ ସେତେଟା ସୁଧାର ଆସନଥିବା ବେଳେ, ଆଗକୁ ଆସୁଛି ଆଉ ଏକ ବଡ଼ ବର୍ଷା।ଆସନ୍ତା ୪ ତାରିଖରେ ଆଉ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହେବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ। ଏହା ଫଳରେ ପୁଣି ବର୍ଷା ପରିମାଣ ବଢି଼ବ ବୋଲି ସୂଚନା ମିଳିଛି।

Also Read: ଓଡ଼ିଶାରେ ବନ୍ୟାର ବିଭୀଷିକା, ହେଲେ ଓଡ଼ିଶା ବିଜେପିର ନେତାମାନେ ଦିଲ୍ଲୀରେ ଭୋଜି କରୁଛନ୍ତି ?- ନବୀନ

ତେବେ ବର୍ତ୍ତମାନ ଓଡ଼ିଶା ଉପରୁ ଲଘୁଚାପ ଅପସରି ଯାଇଥିବା ବେଳେ ଆଉ ଏହାର ପ୍ରଭାବ ଆଉ ନାହିଁ।ଆସନ୍ତା ୪ ଦିନ ଯାଏ ଅଧିକ ବର୍ଷାର ସମ୍ଭାବନା ନଥିଲେ ମଧ୍ୟ, ପରେ ପୁଣି ବର୍ଷା ବଢ଼ିବ।ଆସନ୍ତା ୨୪ ଘଣ୍ଟା ଭିତରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, ଗଜପତି, ଗଂଜାମ, ନୟାଗଡ, କେନ୍ଦ୍ରାପଡ଼ା, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ,ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ଏହି ୧୮ଟୁ ଜିଲ୍ଲାରେ ହାଲୁତୀରୁ ମଧ୍ୟମ ବର୍ଷା ହେବ।ତେଣୁ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ରାଜ୍ୟରେ ବନ୍ୟା ଛାଡ଼ନଥିବା ବେଳେ, କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ।ଏହି ସମୟରେ ପବନର ବେଗ ୪୦ କିଲୋମିଟର ରହିପାରେ।ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଅତି ପ୍ରବଳ ବର୍ଷା ୮ ଟି ସ୍ଥାନରେ ରେକର୍ଡ କରାଯାଇଛି।ସର୍ବାଧିକ ବର୍ଷା ନୂଆପଡା ସିନାପଲ୍ଲୀରେ ୧୬୪ ମିଲିମିଟର ରେକର୍ଡ କରାଯାଇଛି।ଜୁନ ୧ ରୁ ଏହାବତ ରାଜ୍ୟରେ ୭ ହଜାର ୩୩ ଦଶମିକ ୬  ମିଲିମିଟର ବର୍ଷା ହୋଇଥିବା ବେଳେ ୩୬ ପ୍ରତିଶତ ଅଧିକା ବର୍ଷା ରେକର୍ଡ କରାଯାଇଛି।

Also Read: ​​​​​​​ବନ୍ୟା ସ୍ଥିତି ଗମ୍ଭୀର: ୨୦ ଜିଲ୍ଲା ପ୍ରଭାବିତ, ହୀରାକୁଦ ଗେଟ୍ ଖୋଲିବା ପରେ ବଢ଼ିଲା ଚିନ୍ତା

 ଏପଟେ ବନ୍ୟା ଛାଡ଼ିନଥିବା ବେଳେ, ଆଗକୁ ପୁଣି ଏକ ବଡ଼ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା ପରେ ବନ୍ୟା ପ୍ରଭାବିତ ଅଂଚଳବାସୀଙ୍କ ମଧ୍ୟରେ ଛନକା ପଶିଯାଇଛି।କାରଣ ଆଗକୁ ପୁଣି ବର୍ଷା ହେଲେ ସ୍ଥିତି ଆହୁରି ଗମ୍ଭୀର ହେବ ବୋଲି ସେମାନେ କହିଛନ୍ତି। ଗୋଟିଏ ବନ୍ୟା ଯାଇନାହିଁ, ପୁଣି ଆସୁଛି ବଡ଼ ବର୍ଷା, ଏହାକ ଲୋକଙ୍କୁ ଚିନ୍ତାରେ ପକାଇଥିବା ବେଳେ, ସେପଟେ ବନ୍ୟା ପ୍ରଭାବିତ ଅଂଚଳରେ ଉଦ୍ଧାର ଓ ସହାୟତା ନେଇ ସରକାର ପ୍ରସ୍ତୁତି ଚଳାଇଛନ୍ତି।