ଭୁବନେଶ୍ୱର: ହଜିଯିବ ବର୍ଷା। ବାୟୁମଣ୍ଡଳରୁ ଶୁଖିଯିବ ଜଳୀୟବାଷ୍ପ। ସାଂଘାତିକ ହେବ ଅକ୍ଟୋବର ହିଟ୍। ତାତିଯିବ ଓଡ଼ିଶା। ପାର୍ବଣ ବାତାବରଣ ଭିତରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଡେଇଁ ଯାଇପାରେ। ସାଂଘାତିକ କୋପ ଦେଖାଇବ ଅକ୍ଟୋବର ହିଟ୍। ଏମିତି ତାତି ଅନୁଭୂତ ହେବ, ଲାଗିବ ଯେମିତି ପୁଣି ଗ୍ରୀଷ୍ମ ଫେରି ଆସିଲା। ଅକ୍ଟୋବର ପାଲଟିପାରେ ମିନି ସମର।

ଅକ୍ଟୋବରରୁ ଚରମ ରୂପ ଦେଖାଇବ ସୁପର ଏଲ୍ନିନୋ। ଆନ୍ତର୍ଜାତିକ ପାଣିପାଗ ସଂସ୍ଥା ଓ ବୈଜ୍ଞାନିକ କହିଲେଣି, ଏଥର ଏଲ୍-ନିନୋ ସବୁ ରେକର୍ଡ ଭାଙ୍ଗି ଦେଇପାରେ। ଏହା ସାଧାରଣ ଏଲ୍-ନିନୋଠାରୁ ବି ବହୁ ଗୁଣ ଭୟାନକ ହେବ। ଭୟାବହତା ପାଇଁ ଏହାକୁ ‘ଗଡଜିଲା’ ଆଖ୍ୟା ଦିଆଯାଇଛି।

ବିଶିଷ୍ଟ କୃଷି ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ଚଳିତବର୍ଷ ଦେଶର ବିଭିନ୍ନ ପ୍ରାନ୍ତରେ ମୌସୁମୀ ବର୍ଷା ନିଅଣ୍ଟିଆ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। କିନ୍ତୁ ଅକ୍ଟୋବରରୁ ଆଉ ସେଭଳି ବର୍ଷା ସମ୍ଭାବନା କମ୍। ପାଗ ଶୁଖିଲା ରହିବ । ବର୍ଷା ଏକରକମ ହଜିଯିବା ଆଶଙ୍କା ରହିଛି। ବାୟୁମଣ୍ଡଳରେ ତାପମାତ୍ରା ଅସ୍ବାଭାବିକ ହାରରେ ବଢ଼ି ଚାଲିବ। ଏମିତିକି ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ସମୟରେ ଯେଉଁ ବର୍ଷା ହୁଏ, ସେ ବର୍ଷା ଆଶା ବି କମ୍ । ବାତାବରଣ ପୂରା ଶୁଖିଯିବ। ଭୀଷଣ ଗରମରେ ଜନଜୀବନ ଘାଣ୍ଟି ହୋଇପାରନ୍ତି। ତାପମାତ୍ରା ୩୫ ଡିଗ୍ରୀ ଛୁଇଁବା ସହ ପଶ୍ଚିମ ଓଡ଼ିଶାରେ ପାରଦ ଅଧିକ ରହିପାରେ।

also read- https://www.prameyanews7.com/these-7-countries-will-survive-even-after-a-global-catastrophe-says-scientist

ହାରରେ ପ୍ରଶାନ୍ତ ମହାସାଗରର ଉପରି ଭାଗ ଜଳପତ୍ତନ ଓ ଭିତର ଜଳରାଶି ଉତ୍ତପ୍ତ ହେଉଛି, ପରିଣାମ ଭୟାନକ ହେବ। ଏଥର ଓଡ଼ିଶା ସମେତ ଭାରତରେ ହଜିଯିବ ଥଣ୍ଡା। ଅସ୍ବାଭାବିକ ତାପମାତ୍ରା ଭିତରେ ତାତି ଅନୁଭୂତ ହେବ ଶୀତ ଋତୁରେ। ଏଭଳି ଅସ୍ବାଭାବିକ ପାଣି ପାଗର ଚରମ ପ୍ରଭାବ ଚାଷ ଉପରେ ବି ଗୁରୁତର ପ୍ରଭାବ ପଡ଼ିପାରେ। ରବି ଚାଷକୁ ଗ୍ରାସିପାରେ ମରୁଡ଼ି ଡର। ଏମିତି ଚରମ ପାଣିପାଗରେ ଚାଷକୁ ସାଂଘାତିକ କ୍ଷତି ଆସିପାରେ। ଏଲ୍ନିନୋ ପ୍ରଭାବ ଯୋଗୁ ଏଥର ଶୀତ ଋତୁ ପ୍ରଭାବ ହୀନ ରହିପାରେ। ମଝିରେ ଅତି ଛୋଟ ଅବଧି ପାଇଁ ଶୀତ ଆସି ପାରେ, ମାତ୍ର ପୂରା ଋତୁରେ ଗରମ ରାଜୁତି କରିପାରେ। ବିଶ୍ଵ ପାଣିପାଗ ସଂସ୍ଥା (ଡବ୍ଲ୍ୟୁଏମଓ)ର ଏଲ୍-ନିନୋ ନେଇ ସତର୍କବାଣୀ ସାରା ବିଶ୍ଵର ଚିନ୍ତା ବଢ଼ାଇ ଦେଇଛି।