ଭୁବନେଶ୍ଵର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର- ଅତିରିକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ଜଳସେଚନ ବିଭାଗର ଅତିରିକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ହେଉଛନ୍ତି ରାଜେଶ ମହାନ୍ତି। ବୁଧବାର ତାଙ୍କର ଭୁବନେଶ୍ବର ବାସଭବନ ସହ ସରକାରୀ କର୍ଯ୍ୟାଳୟରେ ଚଢାଉ କରାଯାଇଛି। ଏହି ସମୟରେ କୋଟିଏରୁ ଉର୍ଦ୍ଧ୍ଵ ବ୍ୟାଙ୍କ ଜମା ସହ ଜମି, ପ୍ଲଟ ଓ ସୁନା ଗହଣ ଜବତ କରିଛି ଭିଜିଲାନ୍ସ। 

ଚଢାଉରେ ଯନ୍ତ୍ରୀ ରାଜେଶ ମହାନ୍ତିଙ୍କ ବ୍ୟାଙ୍କ ଜମା ଏକ କୋଟି ୭୦ ଲକ୍ଷ ଟଙ୍କା ରହିଛି। ଘରୁ ୩୫୦ ଗ୍ରାମ ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ। ଭୁବନେଶ୍ଵରରେ ବିଳାସପୂର୍ଣ୍ଣ କୋଠା, ପ୍ଲଟ୍ ଠାବ କରାଯାଇଛି। ଏକ ଏକରରୁ ଅଧିକ ଜମିର ଫାର୍ମ ହାଉସ ମଧ୍ୟ ଠାବ ହୋଇଛି। ଫାର୍ମ ହାଉସରେ ରହିଛି ଏକ ସୁନ୍ଦର ଚାକ୍ୟଚକ୍ୟ କୋଠା। ଭିଜିଲାନ୍ସର ୭ରୁ ୮ ଜଣିଆ ଟିମ ଏହି ଚଢାଉ କରିଛନ୍ତି।

Also Read: କୁବେର ଯନ୍ତ୍ରୀଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ, ଦାମୀ ଘଣ୍ଟା ସାଙ୍ଗକୁ ଥିଲା ଚଷମା ସଉକ