ଭୁବନେଶ୍ବର ୮।୪: କୁବେର ଯନ୍ତ୍ରୀ । ଘରେ ଟଙ୍କାର ପାହାଡ଼ । ପୁଳା ପୁଳା ଟଙ୍କା ଦେଖି ଭିଜିଲାନ୍ସ ତାଜୁବ । ଗଣି ଗଣି ହାଲିଆ ଅଧିକାରୀ । ଟଙ୍କା ସାଙ୍ଗକୁ ଘରେ ବିପୁଳ ସୁନାଗହଣା । ଦାମୀ ଘଣ୍ଟା ସହ ଚଷମା ବି ଠାବ ହୋଇଛି । ଭିଜିଲାନ୍ସ ଜାଲରେ ପଡିଛନ୍ତି କେନ୍ଦ୍ରୀୟ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ମହାନ୍ତି । ଏକାଥରକେ ୬ଟି ସ୍ଥାନରେ ମାରାଥନ୍ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାବୁଙ୍କୁ ସ୍କାନରକୁ ନେଇଛି ଭିଜିଲାନ୍ସ ବିଭାଗ ।

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରୁ ମିଳିଲାଣି ନଗଦ ୬ ଲକ୍ଷ ୨୦ ହଜାର ଟଙ୍କା । ଭୁବନେଶ୍ବର ବରମୁଣ୍ଡା ସ୍ଥିତ ବାସଭବନରୁ ଏସବୁ ଟଙ୍କା ଠାବ କଲାଣି ଭିଜିଲାନ୍ସ ଟିମ୍ । ପୁଳା ପୁଳା ଟଙ୍କା ସାଙ୍ଗକୁ ବିପୁଳ ପରିମାଣର ସୁନା ଅଳଙ୍କାର ସହ ଦାମୀ ଘଣ୍ଟା ଆଉ ଚଷମା ଠାବ ହୋଇଛି । ଯନ୍ତ୍ରୀ ବାବୁଙ୍କ ଏଭଳି ବିଳାସପୂର୍ଣ୍ଣ ଜୀବନଶୈଳୀ ଦେଖି ତାଜୁବ ହୋଇଛନ୍ତି ଖୋଦ୍ ଭିଜିଲାନ୍ସ ଅଧିକାରୀ । ଏକକାଳୀନ ୬ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ ଯାଜପୁରରେ ଚାଲିଛି ଚଢ଼ାଉ ।

Also Read:- ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଚାଲିଛି । ଭିଜିଲାନ୍ସ ପକ୍ଷରୁ ଏକାସାଙ୍ଗେ ଏକାଧିକ ସ୍ଥାନରେ ଚାଲିଛି ଚଢାଉ । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱର ବାସଭବନ, ସରକାରୀ କାର୍ଯ୍ୟାଳୟ ଆଦି ଅନେକ ସ୍ଥାନ ରହିଛି । ଭିଜିଲାନ୍ସର ୭ରୁ ୮ ଜଣିଆ ଟିମ୍ ଅତର୍କିତ ଭାବେ ଚଢାଉ କରୁଛନ୍ତି । ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।

Watch Video:​​​​​​​​​​​​​​