ଭୁବନେଶ୍ଵର: ବିଭିନ୍ନ ଦଫା ଦାବି ନେଇ ରାଜଧାନୀ ସ୍ଥିତ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଶିକ୍ଷକ ସଂଘ। ଆଜି ଗୁରୁ ଦିବସ ଥିବାରୁ ଧାରଣାସ୍ଥଳକୁ ଆସି ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି ମୋହନ ମାଝୀ ସରକାରର ଦୁଇ ମନ୍ତ୍ରୀ। ହେଲେ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ମଧ୍ୟ ସନ୍ତୁଷ୍ଟ ହେଲେନି ଶିକ୍ଷକ ମାନେ। ବରମ୍ବାର ଆଲୋଚନା ହୋଇଛି କିନ୍ତୁ ନିଷ୍କର୍ଷ ବିଫଳ । ଆଜି ମନ୍ତ୍ରୀ ସେମିତି କିଛି ଠୋସ କଥା କହିନାହାନ୍ତି ବୋଲି କହିଛି ଶିକ୍ଷକ ସଂଘ।

କମିଟି ନିଷ୍ପତି ନେବେ ତାହା ପୁଣି ଚୂଡାନ୍ତ ପର୍ଯ୍ୟରେ ଅଛି। ଶିକ୍ଷକ ଶିକ୍ଷୟତ୍ରୀଙ୍କ କଥା କମିଟି ବୁଝୁନାହାନ୍ତି । ୨୧ ଦିନ ହେଲା ଧାରଣା ଚାଲିଛି । ଗୁରୁ ଦିବସ ପୂର୍ବରୁ ଆମ କଥା ବୁଝିବେ ସରକାର ବୋଲି ଭାବିଥିଲୁ କିନ୍ତି କିଛି ହେଲାଣି। ସନ୍ଧ୍ୟା ୬ଟା ପରେ ଶିକ୍ଷକ ସମନ୍ବୟ ସମିତିର କୋର କମିଟି ବସିବ ଓ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି ଶିକ୍ଷକ ସଂଘ କହିଛି।

Also Read: ଗୁରୁ ଦିବସରେ ଗୁରୁ ଗର୍ଜନ... ରାଜଧାନୀର ରାଜରାସ୍ତାରେ ଗର୍ଜିଲେ ଶିକ୍ଷକ-ଶିକ୍ଷୟିତ୍ରୀ

ଏହା ପୂର୍ବରୁ - ଗାନ୍ଧୀ ମାର୍ଗରେ ଧାରଣାରେ ବସିଥିବା ଶିକ୍ଷକଙ୍କୁ ଭେଟିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ। ଧାରଣାରତ ଶିକ୍ଷକଙ୍କୁ ଆଶ୍ୱାସନା ଦେଇଥିଲେ ଉଭୟ ମନ୍ତ୍ରୀ । ଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ଶିକ୍ଷକମାନେ ଦୁଇ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଉଭୟ ମନ୍ତ୍ରୀଙ୍କ ଭାଷଣକୁ ନିରବ ହୋଇ ଶିକ୍ଷକ ମାନେ ଶୁଣିଥିଲେ। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଆଇନ ମନ୍ତ୍ରୀ ବସି ଶିକ୍ଷକଙ୍କ ଦାବି ଉପରେ ଆଲୋଚନା କରିଥିବା କଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଥିଲେ।

Also Read: ଗୋଟିଏ ହାତ ନଥିଲେ ବି କର୍ତ୍ତବ୍ୟରେ ଅବହେଳା ନାହିଁ, ଛାତ୍ରଛାତ୍ରୀଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା

ସେହିପରି ଶିକ୍ଷକଙ୍କ ସମସ୍ୟା ବାବଦରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୮ ଶହ ପୃଷ୍ଠା ବିଶିଷ୍ଟ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଶିକ୍ଷକଙ୍କ ସମସ୍ୟା ସମାଧାନ ହେଉ ବୋଲି ରାଜ୍ୟ ସରକାର ଚାହୁଁଛନ୍ତି। ଗାନ୍ଧୀ ମାର୍ଗରେ ଶିଷ୍ୟ ମାନେ ଗୁରୁଙ୍କୁ ପୂଜା କରିବା ଘଟଣା ଆଇନ ମନ୍ତ୍ରୀଙ୍କୁ ବ୍ୟଥିତ କରିଛି ବୋଲି କହିଥିଲେ ଆଇନ ମନ୍ତ୍ରୀ । ଶିକ୍ଷକଙ୍କ ସମସ୍ୟା ହେଉଛି ଗୋଟିଏ ଲିଗାଶି ସମସ୍ୟା। ମୋହନ ସରକାର ଏହି ସମସ୍ୟା ସମାଧାନ କରିବାକୁ ନିଷ୍ପତି ନେଇସାରିଛନ୍ତି। ତେଣୁ ଖୁବ୍ ଶୀଘ୍ର ତୁରନ୍ତ ସମାଧାନ ହେବ ବୋଲି ଗାନ୍ଧୀ ମାର୍ଗ ରେ ଆନ୍ଦୋଳନରତ ଶିକ୍ଷକଙ୍କୁ କହିଥିଲେ ଆଇନ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ।