ଭୁବନେଶ୍ୱର ୦୫।୦୯ : ଗୁରୁ ଦିବସରେ ଗର୍ଜିଲେ ଗୁରୁ । ସ୍କୁଲରେ ପିଲା, ରାସ୍ତାରେ ବସିଛନ୍ତି ଗୁରୁ । ରାଜଧାନୀର ରାଜରାସ୍ତାରେ ଶିକ୍ଷକ-ଶିକ୍ଷୟିତ୍ରୀ । ବିଦ୍ୟାଳୟ ଛାଡି ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣା । ୨୧ ଦିନରେ ପହଞ୍ଚିଛି ଶିକ୍ଷକଙ୍କ ଅହୋରାତ୍ର ଗଣଧାରଣା । ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛନ୍ତି । ଗୁରୁ ଦିବସରେ ଗୁହାରି ଶୁଣିବାକୁ ଆନ୍ଦୋଳନରତ ଶିକ୍ଷକମାନେ ନିବେଦନ କରିଛନ୍ତି ।

ଶିକ୍ଷକମାନେ କରୁଥିବା ୮ଟି ଦାବି ହେଉଛି:-
୧- ଅନୁଦାନରୁ ବଞ୍ଚିତ ୧୯୪ ବିଦ୍ୟାଳୟକୁ ଅନୁଦାନ ବ୍ୟବସ୍ଥା
୨-ଅବସର ପରେ ଚାକିରି ସର୍ତ୍ତାବଳୀ ସହ ପେନସନ୍ ସୁବିଧା
୩-ଖାଲି ପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ
୪-ସମସ୍ତ ବିଦ୍ୟାଳୟକୁ ସରକାରୀ ଘୋଷଣା କରିବା
୫-ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି
୬-ଗ୍ରେଡ୍ ପେରେ ଥିବା ଅସଙ୍ଗତି ଦୂର କରିବା
୭-ସପ୍ତମ ବେତନରୁ ବାଦ୍ ପଡ଼ିଥିବା ଶିକ୍ଷକଙ୍କୁ ସାମିଲ
୮-ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ


Watch Video:-