ଭୁବନେଶ୍ୱର ୧୨।୦୮ : ବୁଧବାର ବସିବ ରାଜ୍ୟ କ୍ୟାବିନେଟ। ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ୯ରୁ ଅଧିକ ପ୍ରସ୍ତାବରେ ବାଜିପାରେ ମୋହର।

ତେବେ ରାଜସ୍ବ,ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଓ ଜଳସମ୍ପଦ, ପଞ୍ଚାୟତିରାଜ, ଶିକ୍ଷା, ସ୍ବାସ୍ଥ୍ୟ ବିଭାଗ ଭଳି ବିଭିନ୍ନ ବିଭାଗର ପ୍ରସ୍ତାବ ଉପସ୍ଥାପନ ହେବାର ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବିଭାଗରେ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରିବା ସହ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ୨୫ଟି ଲେଖାଏଁ ନୂତନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ସରକାରଙ୍କ ପକ୍ଷରୁ ବିଶେଷ କରି କୃଷକଙ୍କ ବିକାଶକୁ ଦୃଷ୍ଟିରେ ରଖି ଇନ୍ ପୁଟ ସବ୍ ସିଡି ପ୍ରଦାନ, ମହିଳା ସଶକ୍ତୀକରଣ ଲାଗି ସୁଭଦ୍ରା’ ଯୋଜନା ଲାଗୁ, ଶିକ୍ଷାକୁ ସାର୍ବନଜୀନ କରିବା ସହ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ଲାଗି ଗୁରୁତ୍ୱ ଦିଆଯାଉଛି।

Also Read:-ପଟାଙ୍ଗୀର ପାହାଡ଼ରୁ ଜନସେବାର ଦାୟିତ୍ୱ; ଆଲିଶାଙ୍କ ଯାତ୍ରାରେ ଆଶା, ସୁଯୋଗ ଏବଂ ନୂଆ ଓଡ଼ିଶା ସ୍ବପ୍ନର ସୁନ୍ଦର କାହାଣୀ