ଭୁବନେଶ୍ଵର: ଏମଏମଡ଼ିଆର ଆକ୍ଟକୁ ନେଇ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି । କଂଗ୍ରେସ ବିଧାୟକ ଦଳ ନେତାଙ୍କ ନେତୃତ୍ୱରେ ଏକ ଟିମ୍ ରାଜ୍ୟପାଳ ଓ ବାଚସ୍ପତିଙ୍କୁ ଭେଟି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ଦାବି କରିଛନ୍ତି। ସେପଟେ ବିଜେଡି ମଧ୍ୟ ରାଜ୍ୟବ୍ୟାପୀ ଆନ୍ଦୋଳନର ଚେତାବନୀ ଦେଇଛି । ଯାହାର କଡା ଜବାବ ଦେଇଛି ବିଜେପି । ଏହି ଆକ୍ଟ ଫଳରେ ଓଡିଶା ଖଣି ରାଜସ୍ବ ବାବଦକୁ ୫ ହଜାର କୋଟିରୁ ୫୦ ହଜାର କୋଟି ଟଙ୍କା ପାଇ ଲାଭରେ ରହିବ ବୋଲି ବିଜେପି ଯୁକ୍ତି ବାଢିଛି ।

ଏମଏମଡ଼ିଆର । ବିରୋଧି ବନାମ ସରକାର । ଗତ ୧୦ଦିନ ଧରି ରାଜ୍ୟରାଜନୀତିରେ ସୃଷ୍ଟି ହୋଇଛି ଖଣି ରାଜସ୍ବ ଝଡ । ପ୍ରସଙ୍ଗକୁ ନେଇ ରାଜ୍ୟ ରଜନୀତି ହଲଚଲ । ବିରୋଧିଙ୍କ ହାଲ୍ଲାବୋଲ ଡାକରା । ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ । କିଛି ଦିନ ହେଲାଣି ଏମଏମଡିଆରକୁ ନେଇ ଲଗାତାର ସାମ୍ୱାଦିକ ସମ୍ମିଳନୀ କରି ବିରୋଧି ଶାସକ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି ।

Also Read: ଓଡ଼ିଶା ବନ୍ଦ ଡାକରା ନେଇ ବଡ଼ ଖବର: ସେପ୍ଟେମ୍ବର ୯ରେ ତାରିଖ ଘୋଷଣା କରିବ 'ଇଣ୍ଡିଆ' ମେଣ୍ଟ

ଆଜି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ନେତୃତ୍ୱରେ ଏକ ଟିମ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଫେରାଦ ହୋଇଛନ୍ତି । ଏହାପରେ ବାଚସ୍ପତିଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିବା ସହ ବିଧାନସଭାରେ ଏ ପ୍ରସଙ୍ଗରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବୀ କରିଛନ୍ତି। ଏପଟେ ଏମଏମଡିଆର ଆଇନକୁ ରଦ୍ଦ କରିବା ପାଇଁ ରାଜ୍ୟବ୍ୟାପି ଆନ୍ଦୋଳନ କରିବାକୁ ଖସଡା ପ୍ରସ୍ତୁତ କରିଛି କଂଗ୍ରେସ । ସେପଟେ ବିଜେଡି ଏହି ପ୍ରସଙ୍ଗରେ ଖୁବ ଶୀଘ୍ର ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଧମକ ଦେଇଛି ।

ସେପଟେ ବିରୋଧୀଙ୍କୁ ପାଲଟା ଜବାବ ଦେଇଛି ବିଜେପି । ଏମଏମଡିଆର ଆକ୍ଟ ଦ୍ୱାରା ଓଡିଶାର ପଇସାଟିଏ ମଧ୍ୟ କ୍ଷତି ହେବନି ବୋଲି ବିଜେପି ଯୁକ୍ତି ବାଢିଛି । ଏହି ଆକ୍ଟ ଫଳରେ ଓଡିଶାର ଲାଭ ହେବ ବୋଲି କହିଛି ବିଜେପି । କାରଣ ଏହି ଆଇନ ଫଳରେ ରାଜ୍ୟମାନେ ୯୬ ପ୍ରତିଶତ ଅର୍ଥ ପାଇବାକୁ ଥିବାବେଳେ କେନ୍ଦ୍ର ମାତ୍ର ୪ ପ୍ରତିଶତ ଅର୍ଥ ପାଇବ । ଏହି ଆଇନ ପାରିତ ହେବା ଦ୍ୱାରା ଖଣିଜ ଶିଳ୍ପର ବିକାଶ ହେବ ଓ ନିବେଶ ଆସିବ ବୋଲି ବିଜେପି କହିଛି ।

Also Read: ସରକାରଙ୍କ ପଞ୍ଚାୟତ ଦଖଲ ପ୍ଲାନ, ଗାଁର ବିକାଶ ପାଇଁ ହାତ ଖୋଲି ଦେଲେ ସରକାର

ବିରୋଧୀ ଦଳ ମିଥ୍ୟା ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତି କରୁଥିବା ଅଭିଯୋଗ ଆଣିଛି ବିଜେପି । ୨୦୧୪ ପୂର୍ବରୁ ଓଡିଶା ଖଣି ଟିକସ ବାବଦକୁ ୫ ହଜାର କୋଟି ଟଙ୍କା ପାଉଥିଲା। କିନ୍ତୁ ୨୦୧୫ ପରେ ଖଣି ନିଲାମ ଓ ଅନ୍ୟାନ ବାବଦକୁ ୫୦ ହଜାର କୋଟି ମିଳୁଛି । ସେହିଭଳି ବିଧାନସଭାର ସ୍ବତନ୍ତ୍ର ଅଧିବେସନ ପ୍ରସଙ୍ଗରେ ବାଚସ୍ପତି କହିଛନ୍ତି ବିଧାନସଭା ନୀତି ନିୟମ ଅନୁସାରେ ଏପ୍ରସଙ୍ଗରେ ବିଚାର ହେବ ।

ଏମଏମଡ଼ିଆର ଆକ୍ଟକୁ ଅନେକ ରାଜ୍ୟରୁ ଏବେ ବିରୋଧ ଆରମ୍ଭ ହେଲାଣି । ବିଶେଷ କରି ଖଣିଜ ସଂପଦ ଭରପୁର ଥିବା ରାଜ୍ୟମାନେ ଖଣି ଉପରେ ନିଜେ ଟାକ୍ସ ଲଗାଇବା ନେଇ ଥିବା ପ୍ରତିବନ୍ଧକ ହଟାଇବାକୁ ଦାବି କରୁଛନ୍ତି । ଝାରଖଣ୍ଡ ଏହି ମାମଲାରେ କୋର୍ଟକୁ ଯିବାକୁ ଧମକ ଦେଲାଣି । ସେପଟେ ଓଡିଶାରେ ବିରୋଧ ଦଳମାନେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।