କଟକ ୫।୭: ମହିଳା ଇନ୍ସପେକ୍ଟର ବିୟୁଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ପରେ ପ୍ରତିକ୍ରିୟା ରଖିଛି ଓଡ଼ିଶା ପୋଲିସ ଆସୋସିଏସନ୍ । ଓଡ଼ିଶା ପୋଲିସ ଆସୋସିଏସନ୍ ସଭାପତି ଅସୀତ କୁମାର ଜେନା କହିଛନ୍ତି, କେଉଁ ପରିସ୍ଥିତିରେ ବିୟୁଟି ମହାନ୍ତି ଆତ୍ମହତ୍ୟା କଲେ, ତାର ଉଚ୍ଚସ୍ତରୀୟ ତଦନ୍ତ ହେଉ । ୩୦ଦିନ ଭିତରେ ତଦନ୍ତ ଶେଷ ହେବା ଆବଶ୍ୟକ । ମାନସିକ ଚାପରେ ପୋଲିସ କାମ କରୁଛି । ବିୟୁଟିଙ୍କ ଉପରେ କର୍ମସ୍ଥଳୀର ଚାପଥିବା ସନ୍ଦେହ ହେଉଛି । ପୋଲିସ ଆଇନ ଶୃଙ୍ଖଳା ଓ ଭିଆଇପି ଡ୍ୟୁଟି ପାଇଁ ଚାପଗ୍ରସ୍ତ ହେଉଛି ।

ପୋଲିସ ଅଧିକାରୀ ମାନେ ଦିନକୁ ହାରାହାରି ୧୮ଘଣ୍ଟା ଡ୍ୟୁଟି କରୁଛନ୍ତି । ଏନ୍ ସି ଆର ବି ତଥ୍ୟ ଏହା ପ୍ରକାଶ କରିଛି । ବିୟୁଟି ମହାନ୍ତି ଆତ୍ମହତ୍ୟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ । ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ବିଭାଗ ପଦକ୍ଷେପ ନେବା ଆବଶ୍ୟକ । ବରିଷ୍ଠ ଅଧିକାରୀ ମାନେ କନିଷ୍ଠ ଅଧିକାରୀ ମାନଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ କରିବା ଆବଶ୍ୟକ ।

Also Read:- ଅବପାତ ସକ୍ରିୟ, ଆହୁରି ବର୍ଷିବ ; ଟ୍ବିନ୍ ସିଟିରେ କାଚିଲା, ବୁଡ଼ାଇଲା

ପୋଲିସ ଅଧିକାରୀଙ୍କୁ ସାପ୍ତାହିକ ଛୁଟି ଲାଗୁ ହେବା ଆବଶ୍ୟକ । ଛୁଟି ବ୍ୟବସ୍ଥା ନିୟମିତ ହେଲେ ପୋଲିସ ଅଧିକାରୀ ମାନସିକ ଚାପରେ ରହିବେ ନାହିଁ । ବିୟୁଟି ମହାନ୍ତି କର୍ମକ୍ଷେତ୍ରରେ ଚାପଗ୍ରସ୍ତ ଥିବେ । ଆବଶ୍ୟକ ସଂଖ୍ୟକ କର୍ମଚାରୀ ଥିବାରୁ ପୋଲିସ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଆସୋସିଏସନ୍ ସଭାପତି କହିଛନ୍ତି ।