ଭୁବନେଶ୍ଵର: କାଲି ମଣ୍ଡି ଅବଧି ସରୁଥିବା ବେଳେ ଏବେବି ରାଜ୍ୟର ହଜାର ହଜାର ଚାଷୀ ଟୋକନ ଧରି ବସିଛନ୍ତି । ଏହି ଅବଧି ବଢାଇବାକୁ ଦାବି କରିଛନ୍ତି। କେଉଁଠି ଚାଷୀ ଏଥିପାଇଁ ଆନ୍ଦୋଳନ କରିଛନ୍ତି ତ କେଉଁଠି ପ୍ରତିବାଦ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଅବଧି ଆଉ ଦୁଇ ଦିନ ବଢାଯାଇପାରେ । ହେଲେ ବିଜେଡି କହିଛି ଏହାକୁ ୭ ଦିନ ବଢାଯାଉ ।

ଆସନ୍ତାକାଲି ସରୁଛି ମଣ୍ଡି ଅବଧି । ଆଉ ମନ୍ତ୍ରୀ କହିଲେ ଆଉ ଦୁଇ ଦିନ ବଢିପାରେ ଏହି ଅବଧି । ହେଲେ ବିଭିନ୍ନ ଦଳର ନେତା ଆଉ ଚାଷୀଙ୍କ ଦାବି ଅବଧି ବଢାଯାଉ ୭ ଦିନ । ପ୍ରଶ୍ନ ଉଠୁଛି ମନ୍ତ୍ରୀ ଚାଷୀଙ୍କ ଦାବି ରଖିବେ ନା ନାହିଁ ? ଆସନ୍ତାକାଲି ମଣ୍ଡିରେ ଧାନ କିଣା ଅବଧି ସରୁଥିବା ବେଳେ ଏବେ ବି ଟୋକନ ଧରି ହଜାର ହଜାର ଚାଷୀ ମଣ୍ଡିରେ ବସିଛନ୍ତି । ଏ ହେଉଛି ରାଜ୍ୟର ବିଭିନ୍ନ ମଣ୍ଡିର ଅବସ୍ଥା । ଟୋକନ ଥାଇବି ଧାନ ବିକି ପାରୁନଥିବାରୁ ଚାଷୀ କ୍ବିଣ୍ଟାଲ କ୍ବିଣାସ ଧନ ଧରି ମଣ୍ଡିରେ ବସିଛି ତ କେଉଁଠି ଆନ୍ଦୋଳନକୁ ଓହ୍ଲାଇଛି ।

Also Read: ଆହୁରି ୫ ଦିନ ଯାଏ କାଳବୈଶାଖୀ, ୨ ଦିନ ପରେ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଯାଜପୁରରେ ଆନ୍ଦୋଳନ

ଯାଜପୁରରେ ସ୍ଵତନ୍ତ୍ର ଧାନ ମଣ୍ଡି ଖୋଲି ଧାନ କିଣିବାକୁ ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି । ଟ୍ରାକ୍ଟର ଓ ଅଟୋରେ ଧାନ ଆଣି ରାଜରାସ୍ତାରେ ଦଣ୍ଡ ମାରି ଆଣ୍ଠେଇ ବସିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛି । ଚାଷୀ କହିଛନ୍ତି ଟୋକନ ମିଳିଥିବା ଚାଷୀଙ୍କ ଠାରୁ କୌଣସି କଟନି ଛଟନି ନକରି ସରକାର ଧାନ କିଣା ସାରନ୍ତୁ ।

ଜଗତସିଂହପୁର ଓ ଢେଙ୍କାନାଳରେ ତାତିଲେ ଚାଷୀ

ସେହିପରି ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଚାଷୀ ମଣ୍ଡିରେ ଧାନ ଧରି ବସିଛି ।ଜିଲ୍ଲାରେ ଆହୁରି ପ୍ରାୟ ୧୦ ହଜାର ଚାଷୀ ଧାନ ଦେବା ପାଇଁ ଅପେକ୍ଷାରେ ଅଛନ୍ତି । ବାଲେଶ୍ବର ଖଇରା ବ୍ଲକ ବର୍ତ୍ତନା ମଣ୍ଡିରେ ଧାନ ଉଠୁନଥିବାରୁ ସେବା ସମବାୟ ସମିତି ଆଗରେ ଚାଷୀ ଅନଶନ ଚଳାଇଛନ୍ତି ।ସେହିପରି ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ତୁମୁସିଙ୍ଗା ଗାଁର ଶତାଧିକ ଚାଷୀ । ଅବଧି ଆହୁରି ବଢାଇବା ସହ ଜିଲ୍ଲାର ସବୁ ଚାଷୀଙ୍କ ଧାନ କିଣିବାକୁ ଦାବି କରିଛି ।

Also Read: ମଦ ପାଇଁ ସାଙ୍ଗ ସୈତାନ : ଚାପଡ଼ରେ ହାଣିଲା, ମନ ବୁଝିଲାନି ମୁଣ୍ଡକୁ ଛେଚି ଛେଚି ମାରିଦେଲା

ବଢିବ କି ଡେଡଲାଇନ ?

ସେପଟେ ରାଜ୍ୟରେ ୧୯ ଲକ୍ଷ ୬୮ ହଜାର ଚାଷୀ ପଞ୍ଜୀକରଣ କରିଥିବା ବେଳେ ଏବେ ସୁଦ୍ଧା ୧୮ ଲକ୍ଷ ୫୫ ହଜାର ପଞ୍ଜୀକୃତ ଚାଷୀ ଧାନ ବିକ୍ରି କରିଛନ୍ତି । ଆବଶ୍ୟକ ପଡିଲେ ଆଉ ଦୁଇ ଦିନ ପଞ୍ଜିକରଣ ଅବଧି ବଢାଇ ଦିଆଯାଇପାରେ ବୋଲି ମନ୍ତ୍ରୀ କହିଛନ୍ତି । ହେଲେ ବିଜେଡି କହିଛି ଏତେ ଦିନ ପରେ ବି ଯଦି ସରକାର ଚାଷୀଙ୍କ ଧାନ ଉଠାଇବା ଟାର୍ଗେଟ୍ ପୁରଣ କରିପାରିଲେନି ଦୁଇ ଦିନ ଭିତରେ ସେହି ଟାର୍ଗେଟକୁ କିଭଳି ପୁରଣ କରିବେ । ତେଣୁ ଧାନ କିଣା ଅବଧିକୁ ଆହୁରି ୭ଦିନ ବଢାଯାଉ । ସରକାର ଚାଷୀଙ୍କ ଦାବିକୁ ପୁରଣ କରୁଛନ୍ତି ନା ମଣ୍ଡି ଅବଧିକୁ କେବଳ ଦୁଇ ଦିନ ବଢାଉଛନ୍ତି ତାକୁ ଅପେକ୍ଷା କରାଯାଇଛି।