ଭୁବନେଶ୍ଵର/ଢେଙ୍କାନାଳ: ଲୋକଙ୍କ ସମସ୍ୟାକୁ ନେଇ ଅଫିସରଙ୍କୁ ଜନ ପ୍ରତିନିଧିଙ୍କ ତାଗିଦ । ତେଙ୍କାନାଳରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ନ ମିଳିବାକୁ ନେଇ ପିଇଓଙ୍କୁ ରାସ୍ତା ଉପରେ ବଦଳିର ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ଯାହାକୁ ନେଇ ବିବାଦ ବଢୁଥିବା ବେଳେ ଢେଙ୍କାନାଳ ଜିଲ୍ଲାପାଳଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ମଧ୍ୟ ଦାଖଲ କରି ନ୍ୟାୟ ଦାବି କରିଛନ୍ତି ଅଧିକାରୀ । ସେହିପରି ବନ୍ୟା ପରିଚାଳନାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମଧ୍ୟ ଜିଲ୍ଲାପାଳ ସମେତ ଅନ୍ୟ ଅଧିକାରୀଙ୍କୁ ବିରକ୍ତ ହେଉଥିବାର ଚିତ୍ର ସାମ୍ନାକୁ ଆସିଛି । ଯାହାକୁ ନାପସନ୍ଦ କରିଛନ୍ତି ରାଜସ୍ୱ ମନ୍ତ୍ରୀ ।

ଦୁଇଟି ଜିଲ୍ଲାର ଦୁଇ ନେତା ସର୍ବସାଧାରଣରେ ଅଫିସରଙ୍କୁ ତାଗିଦ କରିବାର ଭିଜୁଆଲ ଏବେ ବେଶ ଭାଇରାଲ ହେଉଛି। ଶାସକ ଦଳର ଜଣେ ମନ୍ତ୍ରୀ ପିଇଓଙ୍କୁ ବଦଳି କରିଦେବାର ଧମକ ଦେଉଥିବା ବେଳେ ବିରୋଧୀ ଦଳର ବିଧାୟିକା ଜଣେ ଜୁନିଅର ଇଞ୍ଜିନିଅରଙ୍କୁ ଧମକ ଦେଉଥିବାର ଚର୍ଚ୍ଚା ଲମ୍ବୁଛି। ଢେଙ୍କାନାଳର ଦୃଶ୍ୟମ, ଯେଉଁଠି ଅଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପିଏମ ଆବାସ ତାଲିକାରେ ଅନିୟମିତତା ହେବା ଖବର ପାଇ ମନ୍ତ୍ରୀ ସ୍ଥିତି ପରଖିବାକୁ କାଇମାଟିର ଗହମଖୁଣ୍ଟି ଗାଁକୁ ଯାଇଥିଲେ।

Also Read: ବନ୍ୟା ସ୍ଥିତିରେ ସୁଧାର, ତଥାପି ସତର୍କ ରହିବାକୁ ଆହ୍ୱାନ ; ନମାଗି କେନ୍ଦ୍ରରୁ ପାଇଛୁ ୫୦୦ କୋଟି ଅଗ୍ରୀମ ସହାୟତା

ସ୍ଥିତି ପରଖିବା ପରେ ଅନିୟମିତତା ଦେଖି ମନ୍ତ୍ରୀ ରାଗି ପାଚି ଲାଲ ହୋଇଯାଇଥିଲେ। ତେବେ ବିଡ଼ିଓ ଓ ପିଇଓଙ୍କୁ କଣ କହିଲେ ମନ୍ତ୍ରୀ ଶୁଣି ନିଅନ୍ତୁ । ସେପଟେ ବନ୍ୟା ସମୟରେ ଅବ୍ୟବସ୍ଥାକୁ ନେଇ ଅଧିକାରୀଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏ ବନ୍ୟା ସମୟରେ ଲୋକ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଏମିତି କି ଯାଜପୁର ଜିଲ୍ଲାପାଳଙ୍କୁ କେମିତି ଢଙ୍ଗରେ ବନ୍ୟା ପରିଚାଳନା ତୃଟିକୁ ନେଇ ଅସନ୍ତୋଷ ଝାଡୁଛନ୍ତି।

ସେପଟେ ବିଜେଡି ମନ୍ତ୍ରୀଙ୍କ ଆଚରଣକୁ ନିନ୍ଦା କରିଥିବା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କୁ ଠିକ୍ ବୋଲି ଦର୍ଶାଇବାକୁ ଚେଷ୍ଟା କରିଛି । ହେଲେ ଅଫିସର – ଜନ ପ୍ରତିନିଧି ବିବାଦକୁ ଗୁରୁତର ସହ ନେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ସେ କହିଛନ୍ତି, ସମସ୍ତଙ୍କ ଦୃଷ୍ଟି ଭାଙ୍ଗି ସବୁବେଳେ ସକରାତ୍ମକ ହେବା ଦରକାର। ରାଜସ୍ୱ ବିଭାଗର ଉପରୁ ତଳ ଅଧିକାରୀଙ୍କୁ ପ୍ରେରିତ କରି ଲୋକ ସେବା କରାଇବା କଥା। ଧମକଚମକ କରି କୌଣସି କାମ ହୁଏ ନାହିଁ ବୋଲି କହିଛନ୍ତି। ସୁରେଶ ପୂଜାରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ତେବେ ନେତା ଓ ଅଫିସର ବିବାଦ କିଛି ନୂଆ ନୁହେଁ । ହେଲେ ଯୋଜନାର ସଠିକ୍ କାର୍ଯ୍ୟାନ୍ୟୁନ ପାଇଁ ଉଭୟଙ୍କ ସମନୟର ଆବଶ୍ୟକତା ରହିଛି ।