ଭୁବନେଶ୍ବର ୨।୮: ବନ୍ୟା ପରିସ୍ଥିତି ସୁଧୁରି ଯାଇଛି । ହେଲେ ମୌସୁମୀ ମାସ ସାରା ଓଡ଼ିଶା ପାଇଁ ବିପଦ ଥାଏ ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି ତା ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି । ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ୱର, ଯାଜପୁର ପ୍ରଭାବିତ ହେଲା । ମହାନଦୀ ପାଣି ଛାଡିବାରୁ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ଉପରେ ବି ପ୍ରଭାବ ପଡିଲା । ୨୩ ଜିଲ୍ଲା ପ୍ରଭାବିତ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଅଗ୍ରୀମ ୫ଶହ କୋଟି ପ୍ରଦାନ କରିଛନ୍ତି । ଚାଷ ଜମି କ୍ଷତି ହୋଇଛି । ଏହାର ଆକଳନ ପାଇଁ କୃଷି ଓ ରାଜସ୍ୱ ବିଭାଗ କାମ ଆରମ୍ଭ କରିଛି । ଘର ଭାଙ୍ଗିଛି । ରାଜସ୍ୱ ଅଧିକାରୀ ଗାଁକୁ ଗାଁ ଯାଇ ରିପୋର୍ଟ ପ୍ରସ୍ତୁତ କରିବେ । ପନିପରିବା ନଷ୍ଟ ହୋଇଛି । ଏହାକୁ ସମ୍ବେଦନଶୀଳ ଓ ମାନବୀୟ ଦୃଷ୍ଟିରୁ ଆକଳନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପାଣି ଛାଡିବାର ୭୨ ଘଣ୍ଟା ଭିତରେ ଏହା ହେବ । ପାଣି ବିଶୋଧନ କାର୍ଯ୍ୟ ବି ହେଲାଣି । ବୋରୱେଲ, ବନ୍ଧ, କୂଅ ସମେତ ସମସ୍ତ ଜଳ ଉତ୍ସ ବିଶୋଧନ ହେଉଛି । ବିଶୋଧନ ନ ହେବା ଯାଏଁ ପିଇବା ପାଣି ଲୋକଙ୍କ ପାଖକୁ ପହଞ୍ଚିବ ।

Also Read:- ଅଟୋ ସହ ଧକ୍କା ପରେ ରାସ୍ତାରେ ଛିଟିକି ପଡ଼ିଲେ ଦୁଇ ସାଙ୍ଗ, ପଛରୁ ମାଡ଼ିଗଲା ଟ୍ରକ୍

ସାପ କାମୁଡା ଇଞ୍ଜେକ୍ସନ ମହଜୁଦ ଅଛି । ଶକ୍ତି ପରି ଅନେକ ସରକାରୀ ବିଭାଗ ବି କ୍ଷତି ସହିଛି । ତୁରନ୍ତ କ୍ଷୟକ୍ଷତି ଆକଳନ ସହ ଅଙ୍ଗନଓ୍ବାଡି ଓ ସ୍କୁଲର କ୍ଷୟକ୍ଷତି ରିପୋର୍ଟ ବି ମଗାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ଅନୁଦାନ ଦିଆଯିବ । ଜଳ ସମ୍ପଦ ବିଭାଗ ଘାଇ ମରାମତି କରିବା ସହ ଆଗକୁ ଘାଇ ନ ହେବାକୁ ଭିତ୍ତିଭୂମି ବ୍ୟବସ୍ଥା କରିବାକୁ କୁହାଯାଇଛି ।

ଶନିବାର କ୍ୟାବିନେଟ୍ରେ ଏ ନେଇ ମନ୍ତ୍ରୀ ମାନଙ୍କୁ ଅବଗତ କରାଯାଇଛି । ମନ୍ତ୍ରୀ ପ୍ରଭାବିତ ଜିଲ୍ଲା ପରିଦର୍ଶନ କରି କ୍ଷତି ଆକଳନ କରିବେ । ବନ୍ୟା ପ୍ରକୋପ କମାଇବାକୁ ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଡିଜାଇନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ଦୁର୍ଦ୍ଦଶା ଦେଖାଯାଉଛି । ଗଣମାଧ୍ୟମକୁ ଧନ୍ୟବାଦ । ପ୍ରତି ନ୍ୟୁଜ ସରକାରୀ ବ୍ୟବସ୍ଥା ସୁଧାରିବାକୁ ଏକ ମାଧ୍ୟମ । ବୟାନବାଜି କରିବା ଲୋକ କାମ କରନ୍ତି ନାହିଁ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।