ଭୁବନେଶ୍ବର ୧୮।୧୦: ଓଡ଼ିଶାର ସ୍ୱାର୍ଥ ଓ ଓଡ଼ିଶାର ସମ୍ମାନ କଥା ଯେତେବେଳେ ବି ଆସିବ ସେତେବେଳେ ଦଳମତ ନିର୍ବିଶେଷରେ ଆମେ ସମସ୍ତେ ଏକ ହୋଇ ଲଢ଼େଇ କରିବୁ । ରାଜ୍ୟ ସରକାର ମଧ୍ୟ କାଉଣ୍ଟର ଯୋଜନା ପ୍ରସ୍ତୁତ କରିଛନ୍ତି । ଆନ୍ଧ୍ର ନିର୍ବାଚନ କରିବାକୁ ଯୋଜନା କରିଛନ୍ତି । ଓଡ଼ିଶା ଏହାକୁ ନେଇ କାଉଣ୍ଟର ଯୋଜନା ପ୍ରସ୍ତୁତ କରି ସାରିଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଆମର ମୂଳ ଲକ୍ଷ୍ୟ ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବାର ଅଛି । ଏହାକୁ ନେଇ ଯାହା ଆବଶ୍ୟକ ଓଡ଼ିଶା ସରକାର ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ଏବଂ ସୀମାବର୍ତ୍ତୀ ଅଞ୍ଚଳର ସୀମାକୁ ସୁରକ୍ଷା କରିବା ପାଇଁ ଯାହା ଅବଶ୍ୟକ ତାହା କରାଯିବ । ରାଜ୍ୟ ସରକାର ଏହାକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ପୁରା ଘଟଣାକୁ ନିରୀକ୍ଷଣ କରୁଛନ୍ତି । କୋରାପୁଟ ଜିଲ୍ଲାପାଳ ମଧ୍ୟ ଏହାର ସବିଶେଷ ତଥ୍ୟ ସଂଗ୍ରହ କରୁଛନ୍ତି । କୋଟିଆ ବାସିନ୍ଦାଙ୍କ ସହିତ ସମ୍ପର୍କରେ ଅଛନ୍ତି ଜିଲ୍ଲାପାଳ । ଦଳମତ ନିର୍ବିଶେଷରେ କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକ ମଧ୍ୟ ଏ କାମରେ ନିଜକୁ ସାମିଲ କରିଛନ୍ତି ।

ଆନ୍ଧ୍ର ପ୍ରଦେଶ ଭାବୁଛି ପଞ୍ଚାୟତ ନିର୍ବାଚନ କରି କୋଟିଆବାସୀଙ୍କ ସମର୍ଥନ ପାଇବ ? କୋଟିଆବାସୀ କେବେ ସମର୍ଥନ କରିବେ ନାହିଁ । ଆନ୍ଧ୍ରର ଯୋଜନା ବିଫଳ ହେବ । ଆସନ୍ତା ୨୮ ତାରିଖରେ ହେବାକୁ ଥିବା ନିର୍ବାଚନରେ କୋଟିଆବାସୀଙ୍କୁ ସାମିଲ କରିବା ପାଇଁ ଆନ୍ଧ୍ର ଏଭଳି ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏଭଳି ପଦକ୍ଷେପ ନେବାକୁ ଚେଷ୍ଟା କରିଥିଲେ । ଏସବୁ ଭିତରେ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Also Read:- କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ନେଇ ରାଜନୈତିକ ତାତି, ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ

କୋଟିଆବାସୀ ଏବେ ଅନୁଭବ କଲେଣି ପୂର୍ବରୁ ରାଜ୍ୟ ଥିବା ସରକାର ତାଙ୍କୁ ପଚାରୁ ନ ଥିଲେ । ତେବେ ବର୍ତ୍ତମାନ ରାଜ୍ୟରେ ଥିବା ବିଜେପି ସରକାର କୋଟିଆବାସୀଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇ ଦେଉଛନ୍ତି । ତାଙ୍କ ପାଖରେ ପହଞ୍ଚି ପାରିଛି । ଏହାକୁ କୋଟିଆବାସୀ ମଧ୍ୟ ସ୍ବୀକାର କରୁଛନ୍ତି । କୋଟିଆବାସୀ ମଧ୍ୟ ଅନୁଭବ କଲେଣି ଆନ୍ଧ୍ରପ୍ରଦେଶ ଆଉ ସାହାଯ୍ୟ ସହଯୋଗ ଦରକାର ନାହିଁ ।

Watch Video: