ଗୁରୁଗ୍ରାମ-; ଆମେ ଏହି ଦୁନିଆ ଛାଡି ଯାଉଛୁ I ବାପା ଓ ଘର ମାଲିକକୁ ଜଣାଇଦେବ I ଏଭଳି କହି ଜୀବନ ହାରିଛନ୍ତି ଗୁରୁଗ୍ରାମର ଟେକ ଦମ୍ପତି I ହରିଆଣାର ଗୁରୁଗ୍ରାମର ଟେକ ଦମ୍ପତିଙ୍କ ଆତ୍ମହତ୍ୟା ଖବର ଏବେ ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି I ମୃତକ ହେଉଛନ୍ତି ୩୦ ବର୍ଷୀୟ ମହମଦ ଅସଲାମ ଏବଂ ୨୮ ବର୍ଷୀୟା ପତ୍ନୀ ଫରହାନା l ଗୁଜୁରାଟର ଏମ୩ଏମ ମେରିନା ଆବାସିକ ସୋସାଇଟିରେ ସେମାନେ ଭଡାରେ ରହୁଥିଲେ l ଆତ୍ମହତ୍ୟା ପୂର୍ବରୁ ଅସଲମ୍ ତାଙ୍କ କମ୍ପାନିର ଜଣେ ଦରିଷ୍ଠ କର୍ମଚାରୀଙ୍କୁ ଇ-ମେଲ ଯୋଗେ ଜଣାଇଥିଲେ । ଆମେ ଏ ଦୁନିଆ ଛାଡ଼ି ଯାଉଛୁ । ବାପା ଓ ଘର ମାଲିକଙ୍କୁ ଜଣାଇଦେବେ ବୋଲି ସେ ଇ-ମେଲ୍ରେ ଲେଖିଥିଲେ । ତେବେ କେଉଁ କାରଣରୁ ଏହି ଦମ୍ପତି ଏତେ ବଡ଼ ନିଷ୍ପତି ନେଲା ଏଯାବତ ଜଣାପଡ଼ିନଥିବା ବେଳେ ଅସଲାମ ଆତ୍ମହତ୍ୟା ପୂର୍ବରୁ ପତ୍ନୀ ଫରହାନାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି l

ଗତ ବୁଧବାର ଦିନ ହିଁ ଏହି ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ । ସେଦିନ ଥିଲା ଫରହାନାଙ୍କ ଜନ୍ମ ଦିନ । ତାଙ୍କ ପୋଷାକରେ i love you ଲେଖାଥିଲା । ଅସଲାମ ତାଙ୍କୁ ଜନ୍ମ ଦିନର ସୂବେଛା ଜଣାଇବା ପରେ ଏପରି ଲେଖିଥିବାର ଅନୁମାନ କରାଯାଉଛି l ବୁଧବାର ଦିନ ସକାଳେ ଅସଲାମ ତାଙ୍କ ବରିଷ୍ଠ ସହକର୍ମୀଙ୍କୁ ଇ-ମେଲ କରିଥିଲେ l ପରିବାର ଓ ଘର ମାଲିକଙ୍କ ଫୋନ ନମ୍ବର ମଧ୍ୟ ଏଥିରେ ରହିଥିଲା l ଏହାପରେ ତାଙ୍କ ସହକର୍ମୀ ମାନେ ଘର ମାଲିକଙ୍କୁ ଅବଗତ କରାଇଥିଲେ l ମୁଲିସକୁ ମଧ୍ୟ ଖବର ଦିଆଯାଇଥିଲା l ପ୍ରଥମେ ଘର ମାଲିକ ଯାଇ ଘର ଖୋଲି ଥିଲେ l ଅସଲାମ ଫ୍ୟାନରେ ଝୁଲିଥିବା ବେଳେ ଫରହାନା ଚଟାଣରେ ମୃତ ଅବସ୍ଥାରେ ପଡ଼ିଥିଲେ l ତାଙ୍କ ବେକରେ ଗଭୀର କ୍ଷତ ମଧ୍ୟ ଦେଖିବାକୁ ମିଳିଥିଲା l ସବୁଠାରୁ ବଡ କଥା ହେଉଛି ଘଟଣା ସ୍ଥଳରେ ଘର ମାଲିକ ପହଞ୍ଚିଲା ବେଳକୁ ଘର କବାଟ ଖୋଲା ଥିଲା l

 ପୁଲିସ ଘଟଣାସ୍ଥଳରୁ ୩ଟି ଲ୍ୟାପଟପ , ୨ଟି ମୋବାଇଲ ଫୋନ, ଦୌଡ଼ି , ଡାଏରୀ ଓ ପେନ ଡ୍ରଇଭ ଆଦି ଜବତ କରିଛି l ଏ ସବୁକୁ ଫେରେନସିକ ଯାଞ୍ଚ ଲାଗି ପଠାଯାଇଛି। ଆତ୍ମ ହତ୍ୟା ପୂର୍ବରୁ ଅସଲାମ ପତ୍ନୀଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଇଥିବାରୁ ପୁଲିସ ବିଏନଏସ ଧାରା ୧୦୩ (୯)ରେ ହତ୍ୟା ମାମଲା ରୁଜୁ କରିଛି ।ଅସଲାମ୍ ଓ ଫରହାନା ଦୁହେଁ ଆଇଟି ଫିଲଡର କାମ କରୁଥିଲେ । ସେମାନଙ୍କ ଘର କେରଳରେ ହୋଇଥିବା ବେଳେ । ୩ ମାସ ତଳେ ସେମାନେ ବେଙ୍ଗଲୁରରୁ ଗୁରୁଗ୍ରାମ ଆସିଥିଲେ ।

also read- ବହୁଚର୍ଚ୍ଚିତ ନୀଳ ଡ୍ରମ୍ ହତ୍ୟାକାଣ୍ଡ ମାମଲା, ସାହିଲ- ମୁସ୍କାନକୁ ମିଳିଲା ମୃତ୍ୟୁ ଦଣ୍ଡ

ଅସଲାମ୍ ଏନ୍ଆଇଟି କାଲିକଟ ଏବଂଆଇଆରଏମ୍ ଇନ୍ଦୋରରେ ପାଠ ପଢ଼ିଥିଲେ । ଗୁରୁଗ୍ରାମ ସେକ୍ଟର ୫୮ରେ ଏକ ଆଇଟି କମ୍ପାନୀରେ ସଫ୍ଟୱାର ଇଞ୍ଜିନିଅର ଭାବେ କାର୍ଯ୍ୟ କରୁଥିଲେ ଅସଲାମ୍ । ୨୮ ବର୍ଷୀୟା ଫରହାନା ମଧ୍ୟ ଏକ ଆଇଟି ସଂସ୍ଥାରେ ଚାକିରୀ କରୁଥିଲେ । କିନ୍ତୁ ଅଫିସ ନଯାଇ ଘରେ ରହି କାମ କରୁଥିଲେ ବୋଲି ଜାଣିବାକୁ ମିଳୁଛି ।ପରିବାର ଲୋକଙ୍କ ଅନୁସାରେ, ୨୦୨୩ରେ ଅସଲାମ୍ ଓ ଫରହାନାଙ୍କ ବିବାହ ହୋଇଥିଲା। ଦମ୍ପତିଙ୍କ ମଧ୍ୟରେ ବେଶ୍ ଭଲପାଇବା ଥିଲା। ସେମାନଙ୍କ ମଧ୍ୟରେ ଝଗଡ଼ା କେବେ ହେଉନଥିଲା । ତେବେ ଅସଲମ୍ ପ୍ରାୟ ଦେଢ଼ ବର୍ଷ ହେଲା ଅବସାଦଗ୍ରସ୍ତ ଥିବା କାରଣରୁ ମେଡ଼ିସିନ ମଧ୍ୟ ନେଉଥିଲେ । ଆଇଟି କ୍ଷେତ୍ରରେ ଅତ୍ୟଧିକ କାମ ଚାପ କାରଣରୁ ଦୁହେଁ ଏଭଳି କଠୋର ପଦକ୍ଷପ ନେଇଥାଇପାରନ୍ତି ବୋଲି ସମ୍ପର୍କୀୟ ଆଶଙ୍କା କରୁଛନ୍ତି।