ନୂଆପଡ଼ା ୧୭।୧୦: ଦଶହରା ପୂର୍ବରୁ ନୂଆପଡ଼ା ପୋଲିସର ବଡ଼ ଆକ୍ସନ । ୫ ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରି କୋର୍ଟ ଚାଲଣ କଲା ନୂଆପଡା ପୋଲିସ ।

ନୂଆପଡ଼ା ବ୍ଲକ୍ ବେଲଟୁକୁରି ଥାନା ଅଞ୍ଚଳର ଗୋଟିଏ ପରିବାରକୁ ଦାଦନ ଖଟାଇବାକୁ ନେଇ ବାହାର ରାଜ୍ୟରେ ଅକଥନୀୟ ନିର୍ଯାତନା ଦେଉଥିବା ଅଭିଯୋଗ ହେବା ପରେ ପୋଲିସ ଏହାର ତଦନ୍ତ କରିଥିଲା । ଘଟଣାର ତଦନ୍ତ କରିବା ସହ ଏଥିରେ ସଂପୃକ୍ତ ୫ ଜଣ ମାନବ ଚାଲାଣକାରୀ ଦାଦନ ସର୍ଦ୍ଦାରଙ୍କୁ ଛତିଶଗଡ଼ରୁ ଗିରଫ କରିଛି ।

Also Read:- ଜୟପୁର ମୁଖ୍ୟ ଡାକଘରକୁ ନବରଙ୍ଗପୁର ଡିଭିଜନରେ ମିଶାଇବାକୁ ବିରୋଧ, ଆନ୍ଦୋଳନ ଚେତାବନୀ

ଗିରଫ ସର୍ଦ୍ଦାର ମାନେ ନିର୍ମଳ ଚନ୍ଦ୍ରକାର, ମୂଳଚନ୍ଦ ଶବର, ସନୋଜ ଅଗ୍ରୱାଲ, ସନ୍ତୋଷ ଅଗ୍ରୱାଲ, ଅନୁପ ଅଗ୍ରୱାଲ । ଶନିବାର ସମସ୍ତଙ୍କୁ କୋର୍ଟ ଚାଲଣ କରାଯାଇଥିବା ନେଇ ନୂଆପଡା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୂଆପଡା SDPO ।

Watch Video: