ଭୁବନେଶ୍ୱର ୧୪।୧୦ : ଯାଜପୁରକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି । ୩୯ ହଜାର ୩୮୨ କୋଟି ଟଙ୍କାର ୪୬ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ସଭାସ୍ଥଳରୁ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରକଳ୍ପ ହେଉଥିବା ସ୍ଥାନରେ ଆଞ୍ଚଳିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ଶିଳ୍ପପତିଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ୨୪ ବର୍ଷୀୟା ସରକାରରେ ଶିଳ୍ପ ଏକ ସ୍ଲୋଗାନରେ ସୀମିତ ଥିଲା : ମୋହନ ମାଝୀ । ୨୪ ବର୍ଷୀୟା ସରକାର ଶିଳ୍ପ କ୍ଷେତ୍ରରେ କଣ କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ମେକ ଇନ ଓଡିଶା କରୁଥିଲେ, ସେଥିରେ କେତେ ଟଙ୍କା ଆସିଥିଲା, କେତେ ନିଯୁକ୍ତି ଆସିଥିଲା । ୨୪ ବର୍ଷୀୟା ସରକାରରେ କଣ କଣ ହୋଇଥିଲା ? କେବଳ ଶିଳ୍ପ ଏକ ସ୍ଲୋଗାନରେ ସୀମିତ ରହିଯାଇଥିଲା ।

Also Read:-କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କୁ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି, ୩ଟି ସମସ୍ୟାର ସମାଧାନ ପାଇଁ ରଖିଲେ ଦାବି

ସେହିପରି ନିର୍ବାଚନ ଆସିଲେ ପ୍ରଚାର ପ୍ରସାରର ଏକ ମାଧ୍ୟମ ଥିଲା  ଶିଳ୍ପ ବିକାଶ । ଶିଳ୍ପ କ୍ଷେତ୍ରରେ ଅନେକ କରିଥିବା ନେଇ ଡିଣ୍ଡିମ ପିଟୁଥିଲେ କିନ୍ତୁ ବାସ୍ତବରେ ଏହା କେବଳ ପମ୍ଫା ଆୱାଜ ଥିଲା । ଆମେ କଣ କରିଛୁ ତାହା ଆପଣଙ୍କ ଆଗରେ ରହିଛି । ପୂର୍ବ ସରକାର କେବଳ ପ୍ରଚାର ପ୍ରସାର କରୁଥିଲେ । ୨୪ ବର୍ଷୀୟ ସରକାର ରାଜ୍ୟର ଖଣି ପାଣି ବ୍ୟବହାର କରିବାର ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଥିଲା । ଶିଳ୍ପକୁ ଗ୍ରାଉଣ୍ଡିଂ କରିନଥିଲେ । କେବଳ ରପ୍ତାନି କରୁଥିଲେ କିନ୍ତୁ ଫିନିସିଂ କରିପାରୁ ନଥିଲେ ବୋଲି କହି ମୁଖ୍ୟମନ୍ତ୍ରୀ ପୂର୍ବ ସରକାରକୁ କାଠଗଡାକୁ ଆଣିଛନ୍ତି ।

Watch Video:-