ଭୁବନେଶ୍ୱର ୨୮।୦୩ : ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ । ଶନିବାର ଦିଲ୍ଲୀ ଗସ୍ତରେ ପୁଣି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଗସ୍ତ କରିଛନ୍ତି ।

Also Read:-Bengal Polls: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଓଡ଼ିଶା ନେତାଙ୍କୁ ଗୁରୁଦାୟିତ୍ଵ, ମନ୍ତ୍ରୀଠୁ ବିଧାୟକ ଆରମ୍ଭ କଲେଣି ପ୍ରଚାର

ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଯାଇଛି । ଏହି ଅବସରରେ ରାଷ୍ଟ୍ରପତିଙ୍କୁ ଭେଟିବା ସହ ଅନେକ କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ ବୋଲି ସୂଚନା ରହିଛି ।

Also Read:-ବିଜେପି ସରକାରରେ ଗୁଣ୍ଡାରାଜକୁ ପ୍ରଶୟ ଦିଆଯିବନାହିଁ- ମନମୋହନ ସାମଲ

ତେବେ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇସାରିବା ପରେ ମନମୋହନ ସାମଲଙ୍କର ଏହା ପ୍ରଥମ ଦିଲ୍ଲୀ ଗସ୍ତ । ଏହି ଗସ୍ତରେ ସେ ପାର୍ଟିର ବରିଷ୍ଠ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିପାରନ୍ତି ।ସେହିପରି ରାଜ୍ୟ ସରକାରକୁ ଆଉ ଦିନ କେଇଟା ପରେ ୨ ବର୍ଷ ପୂରିବ । ତଥାପି ଏଯାଏଁ ଖାଲି ଥିବା ମନ୍ତ୍ରୀ ପଦ ପୂରଣ ହୋଇନାହିଁ । ଏପିରିକି ବିଭିନ୍ନ ନିଗମର ଅଧ୍ୟକ୍ଷ ପଦ ମଧ୍ୟ ଖାଲି ରହିଛି । ଏହି ଗସ୍ତ ଅବସରରେ ଏହି ପ୍ରସଙ୍ଗ ନେଇ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି ।