LIVE TV

ବିଜେପି ସରକାରରେ ଗୁଣ୍ଡାରାଜକୁ ପ୍ରଶୟ ଦିଆଯିବନାହିଁ- ମନମୋହନ ସାମଲ

NEWS7
break

ବ୍ରହ୍ମପୁର ୦୭।୧୦ : ପୀତବାସଙ୍କୁ ଶେଷ ଦର୍ଶନ କଲେ ବିଜେପିର ବରିଷ୍ଠ ନେତା । ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବିଜେପି ସଂଗଠନ ସମ୍ପାଦକ ମାନସ ମହାନ୍ତି, ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ମେଡିକାଲରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି । ଏହାସହିତ ମୃତ ପୀତବାସଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ସମସ୍ତ ନେତା । ପୀତବାସ ଜଣେ ଭଲ ସଙ୍ଗଠକ ଥିଲେ । ତାଙ୍କର ମୃତ୍ୟୁ ଗଞ୍ଜାମ ଜିଲ୍ଲା‌ ବିଜେପି ପାଇଁ ଏକ ଅପୂରଣୀୟ କ୍ଷତି। ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଜେପି ସରକାରରେ ଗୁଣ୍ଡାରାଜକୁ ପ୍ରସୟ ଦିଆଯାଉନାହିଁ । ଯେ କେହିବି ପୀତବାସଙ୍କୁ ଏଭଳି ହତ୍ୟା କରିଛନ୍ତି ସେମାନଙ୍କୁ ଉଚିତ ଶାସ୍ତି ମିଳିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ​​