ଭୁବନେଶ୍ୱର ୦୧।୦୪ : ଆଜି ଉତ୍କଳ ଦିବସ । ୯୦ ତମ ଉତ୍କଳ ଦିବସ ପାଳନ କରୁଛି ଓଡ଼ିଶା । ୧୯୩୬ ମସିହା ଏପ୍ରିଲ ୧ ତାରିଖ। ଓଡ଼ିଶା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ। ଯାହାକୁ ନେଇ ପ୍ରତ୍ୟେକ ଓଡ଼ିଆ ନିଜକୁ ଗର୍ବିତ ଅନୁଭବ କରନ୍ତି। ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ ।

Also Read:-ରାତି ୧୨ଟା ୪୨ରେ ବିଧାନସଭା ହେଲା ମୁଲତବୀ, ଧାନ ମଣ୍ଡିରୁ SCB ତାତି ଯାଏଁ କମ୍ପିଥିଲା ଗୃହ

୧୯୩୬ ଏପ୍ରିଲ ୧ ତାରିଖରେ ଭାଷା ଭିତ୍ତିରେ ଆମ ଓଡ଼ିଶାକୁ ମିଳିଥିଲା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା । ଭାଷା ଭିତ୍ତିରେ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବାରେ ଓଡ଼ିଶା ପାଲଟିଥିଲା ଭାରତର ପ୍ରଥମ ରାଜ୍ୟ । ଉତ୍କଳ ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ଵର। ରଙ୍ଗୀନ ଓ ଚିକ ମିକ୍ ଆଲୋକ ମାଳାରେ ଝଲସୁଛି ରାଜଧାନୀ। ସଜେଇ ହୋଇଛି ସରକାରୀ ଦପ୍ତର। ବିଧାନସଭା ଠାରୁ ଆରମ୍ଭ କରି ଲୋକ ଭବନ, ଖାରବେଳ ଭବନ, ରାଜୀବ ଭବନ, AG ଅଫିସ , ଜୟଦେବ ଭବନ, ପୋଲିସ ସେବା ଭବନ, BDA ଅଫିସ ସମେତ ବିଭିନ୍ନ ସରକାରୀ ଦପ୍ତର ସଜେଇ ହୋଇଛି। ଉତ୍କଳ ଦିବସ ଓଡିଶାର ସ୍ୱତନ୍ତ୍ର ପରିଚୟ ଏବଂ ପ୍ରତିଷ୍ଠା ଦିବସକୁ ମନେ ରଖିବା ପାଇଁ ଏହି ଦିନକୁ ପାଳନ କରିଥାନ୍ତି କୋଟି କୋଟି ଓଡିଆ । ଅନେକ ସ୍ଥାନରେ ଉତ୍କଳ ଦିବସ ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ରାଜ୍ଯ ସରକାଙ୍କ ପକ୍ଷରୁ ଉତ୍କଳ ଦିବସ ଠାରୁ ଓଡ଼ିଆ ପକ୍ଷ ପାଳନ ପାଇଁ ନିଷ୍ପତ୍ତି ହୋଇଛି।

Watch Video:-