ଭୁବନେଶ୍ୱର ୦୧।୦୪ : ସରିଲା ବିଧାନସଭାର ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ହେଲା ଗୃହ କାର୍ଯ୍ୟ । ଅନେକ ରୋଚକ ଘଟଣାର ସାକ୍ଷୀ ରହିଲା ଏହି ଅଧିବେଶନ। ମଙ୍ଗଳବାର ବିଳମ୍ବିତ ରାତିରେ ୧୨ଟା ୪୨ ମିନିଟ୍‌ରେ ମୁଲତବୀ । ୫ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢୀ ।

ତେବେ ଚଳିତ ଅଧିବେଶନରେ ରାଜ୍ୟ ଦେଖିଲା ରାଜନୀତିର ନୂଆ ମୋଡ଼। କାନ୍ଧରେ କାନ୍ଧ ମିଶାଇ ଏକାଠି ହେଲେ ପ୍ରତିଦ୍ଵଦ୍ୱୀ ଥିବା ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ ଏବଂ କଂଗ୍ରେସ। ସାଙ୍ଗରେ ସିପିଆଇ(ଏମ୍) ବି ରହିଲା। ଖାଲି ଧାନ ମଣ୍ଡି ଓ ଏସସିବି ଅଗ୍ନିକାଣ୍ଡ ନୁହେଁ, ବିଜୁ ବାବୁଙ୍କୁ ଅସମ୍ମାନ ନେଇ ବି ଏକ ସ୍ବରରେ ଶାସକ ଦଳକୁ ଘେରିଲେ ବିରୋଧୀ। ଏହି ଅଧିବେଶନ ମଧ୍ୟରେ ଓଡ଼ିଶାରେ ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ ବି ପଡ଼ିଲା। ନିଲମ୍ବିତ ବିଧାୟକଙ୍କ ଆସନ ନିଜ ଦଳଠାରୁ ଅଲଗା ହେଲା।

Also Read:-IAS ସ୍ତରରେ ଛୋଟ ଧରଣର ଅଦଳ ବଦଳ, ଏହି ଅଧିକାରୀଙ୍କୁ ମିଳିଲା ବଡ଼ ଦାୟିତ୍ଵ

ସେହିପରି ଶେଷ ଦିନରେ ବିଧାୟକ, ମନ୍ତ୍ରୀ, ବାଚସ୍ପତି, ଉପବ ପବାଚସ୍ପତିଙ୍କ ଦରମା ବୃଦ୍ଧି ସମ୍ପର୍କିତ ବିଲ୍ ପ୍ରତ୍ୟାହୃତ ହେଲା । ବିଳମ୍ବିତ ରାତି ଯାଏ ଆଲୋଚନା ପରେ ପାରିତ ହେଲା ବିଶ୍ଵବିଦ୍ୟାଳୟ ଶିକ୍ଷକ କ୍ୟାଡର ସଂରକ୍ଷଣ ବିଲ୍-୨୦୨୬ ମୁଖ୍ୟମନ୍ତ୍ରୀ ମୋହ ନ ଚରଣ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ ବକ୍ତବ୍ୟ ରଖି ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ବନ୍ଦେ ଉତ୍କଳ ଗାନ ସହ ରାତି ୧୨ଟା ୪୨ ମିନିଟରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଗଲା।

ଫେବ୍ରୁଆରୀ ୧୭ରୁ ଆରମ୍ଭ ହୋଇଥିଲା ବଜେଟ ଅଧିବେଶନ। ପ୍ରଥମ ଦିନରେ ରାଜ୍ୟପାଳ ରଖିଥିଲେ ଅଭିଭାଷଣ। ପ୍ରଥମ ଥର ପାଇଁ ବିଧାନସଭାରେ ଗୁଞ୍ଜରିତ ହୋଇଥିଲା ବନ୍ଦେ ମାତରମ୍ ଓ ଜନଗଣ ମନ। ଫେବ୍ରୁଆରୀ ୨୦ରେ ଆସିଥିଲା ବଜେଟ। ଏହି ଅଧିବେଶନର ଅବଧି ଥିଲା ଏପ୍ରିଲ ୮ ପର୍ଯ୍ୟନ୍ତ। ସରିଲା ୫ଟି କାର୍ଯ୍ୟ ଦିବସ ଆଗରୁ ବଜେଟ୍ ଅଧିବେଶନ।

Watch Video:-