ଭୁବନେଶ୍ବର ୨୨।୨: ରାଜ୍ୟସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ତାରିଖ ଘୋଷଣା ସହ ଓଡ଼ିଶା ରାଜନୀତିକୁ ସରଗରମ କଲାଣି ରାଜ୍ୟସଭା ନିର୍ବାଚନ । ଚତୁର୍ଥ ଆସନକୁ ନେଇ ଏବେବି ସସପେନ୍ସ ଜାରି ରହିଛି । ଏହାରି ଭିତରେପ୍ରତିକ୍ରିୟା ରଖିଛନ୍ତିବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି, ରବିବାର ବସିବାକୁ ଥିବା କୋର୍ କମିଟି ବୈଠକରେ ରାଜ୍ୟସଭା ପ୍ରାର୍ଥୀ ନେଇ ଆଲୋଚନା ହେବ । କୋର୍ କମିଟି ବୈଠକରେ ରାଜ୍ୟସଭା ପ୍ରାର୍ଥୀ ନେଇ ଆଲୋଚନା ହେବା ପରେ ସଂସଦୀୟ ବୋର୍ଡକୁ ପ୍ରାର୍ଥୀଙ୍କ ନାଁ ଯିବ । ସମସ୍ତ ସଦସ୍ୟ ପ୍ରସ୍ତାବ ଦେବେ, ଯେଉଁ ନାଁ ଆସିବ ତାହାକୁ ସଂସଦୀୟ ବୋର୍ଡକୁ ପଠାଯିବ ।

ଏ ଖବର ବି ପଢ଼ନ୍ତୁ:- ବିଲ ମଝିରେ ରକ୍ତାକ୍ତ ମୃତଦେହ, ଉପରେ ପଡ଼ିଛି ସାଇକେଲ୍

ବୋର୍ଡ ନିଗମ ନେଇ ମଧ୍ୟ କୋର୍ କମିଟିରେ ଆଲୋଚନା ହେବା ନେଇ ଇଙ୍ଗିତ ଦେଇଛନ୍ତି ମନମୋହନ ସାମଲ । ବିଜେପି ରାଜ୍ୟ ସଭାପତି କହିଛନ୍ତି, ଆଜିର କୋର୍ କମିଟି ବୈଠକରେ କିଛି ଏଜେଣ୍ଡା ରହିଛି । ବୈଠକରେ ଯାହା ନିଷ୍ପତି ନିଆଯିବ, ସେଇ ଅନୁସାରେ ଚର୍ଚ୍ଚା ଆଲୋଚନା ହେବ ବୋଲି ସେ କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ରାଜ୍ୟସଭା ପାଇଁ କଂଗ୍ରେସ ନିଶ୍ଚୟ ଜଣେ ପ୍ରାର୍ଥୀ ଦେବ, ନବୀନ ସମୟ ଦେଲେ ଆଲୋଚନା ପାଇଁ ପ୍ରସ୍ତୁତ

ଉଲ୍ଲେଖଯୋଗ୍ୟ ଯେ, ରବିବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ବଡ଼ ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବୈଠକରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଯୋଗଦେବେ । ରାଜ୍ୟ ପ୍ରଭାରୀ ଓ ବରିଷ୍ଠ ନେତା ଯୋଗ ଦେବା ନେଇ ସୂଚନା ରହିଛି ।