ଦେବଗଡ଼ ୨୧।୨: ବିଲ ମଝିରେ ଯୁବକଙ୍କ ପଡ଼ିଛି ଯୁବକଙ୍କ ମୃତଦେହ । ଉପରେ ଲଦିହୋଇ ପଡ଼ିଛି ସାଇକେଲ୍ । ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅଞ୍ଚଳ ଦଣ୍ଡାସିଂହା ଗାଁ ନିକଟ ବିଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତେବେ ଯୁବକ ଜଣଙ୍କ ହାଟକୁ ଯାଇ ଘରକୁ ଫେରିନଥିବା ବେଳେ ବିଲ ମଝିରୁ ତାଙ୍କ ମୃତଦେହ ମିଳିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ହାଟରୁ ଫେରୁଥିବା ବେଳେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ସେହି ଗ୍ରାମର ଶଙ୍କର ଦେହୁରୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏ ଖବର ବି ପଢ଼ନ୍ତୁ:- କେମିତି ହେଲା ମ୍ୟାନେଜରଙ୍କ ମୃତ୍ୟୁ ? ଶନିବାର ରାତିରେ କରୁଥିଲେ ଭୋଜି

ସୂଚନାଯୋଗ୍ୟ ଯେ, ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅଞ୍ଚଳ ଦଣ୍ଡାସିଂହା ଗାଁର ଶଙ୍କର ଦେହୁରୀ ଶୁକ୍ରବାର ସନ୍ଧ୍ୟାରେ ବାସୁପାଲି ଗାଁ ହାଟକୁ ଯାଇଥିଲେ । କିନ୍ତୁ ହାଟରୁ ସେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ତେବେ ଶନିବାର ସକାଳୁ ବାଲିରୋଇ-ଦଣ୍ଡାସିଂହା ଗାଁ ରାସ୍ତା କଡ଼ରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରାସ୍ତା କଡ଼ ଏକ ବିଲରେ ତାଙ୍କ ରକ୍ତାକ୍ତ ମୃତଦେହ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବାରକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ତଦନ୍ତ ପରେ ଏହା ହତ୍ୟାକାଣ୍ଡ ନା ଏହା ପଛରେ ଅନ୍ୟ କିଛି ରହସ୍ୟ ରହିଛି ତାହା ସ୍ପଷ୍ଟ ହୋଇପାରିବ ।