ଭୋପାଳ, ୨/୧୧ : ଥାନା ଅଧିକାରୀଙ୍କୁ ହତ୍ୟା । ଟ୍ରକ୍ ଚଢାଇ ମାରିଦେଲେ ମଦ ମାଫିଆ । ଏପରି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶରେ । ଏଠାରେ ବେଆଇନ ମଦ କାରବାର ରୋକିବା ସମୟରେ ଜଣେ ଆଇଆଇସି ପ୍ରାଣ ହରାଇଛନ୍ତି । ପ୍ରାଣ ହରାଇଥିବା ଥାନା ଅଧିକାରୀ ହେଲେ ଦୀଲିପ କୁମାର ପୁରୀ ।

ଦୀଲିପ ରବିବାର ରାତିରେ ମଦ କାରବାର ରୋକିବାକୁ ରେଡ୍ କରିଥିଲେ । ତାଙ୍କୁ ବେଆଇନ ମଦ ଚାଲାଣ ନେଇ ସୂଚନା ମିଳିଥିଲା । ଏହାପରେ ସେ ଟିମ୍ ଧରି ଇନ୍ଦୋର-ବୈତୁଲ ଜାତୀୟ ରାଜପଥରେ ପହଁଚିଥିଲେ । ଏହି ସମୟରେ ବେଆଇନ ମଦ ଭର୍ତ୍ତି ଟ୍ରକ୍ ଥାନା ଅଧିକାରୀଙ୍କ ଆଡକୁ ମାଡ଼ି ଆସିଥିଲା । ସେ ଚାଳକଙ୍କୁ ତଳକୁ ଓହ୍ଲାଇବାକୁ କହିଥିଲେ । କିନ୍ତୁ ସେ ନଶୁଣି ଗାଡିକୁ ଆଗକୁ ବଢାଇ ଦେଇଥିଲେ । ଫଳରେ ଗାଡିର ପଛ ଚକା ଦୀଲିପଙ୍କ ଉପରେ ଚଢି ଯାଇଥିଲେ ।

କୁହାଯାଉଛି ଯେସ ଦୀଲିକ ଟ୍ରକକୁ ଅଟକାଇ ଚାଳକଙ୍କୁ ଓହ୍ଲାଇବାକୁ କହିଥିଲେ । ହେଲେ ସେ ଏକ ଡିଭାଇଡର ଡିଆଁଇ ଟ୍ରକକୁ ଆଗକୁ ନେଇଯାଇଥିଲେ । ଯଦ୍ୱାରା ଗାଡିର ପଛ ଚକ ଦୀଲିପଙ୍କ ଉପରେ ଚଢି ଯାଇଥିଲା ।

Also Read :- ଚାଲିଥିଲା ରାସ୍ତା କାମ, ମିକ୍ସର ମେସିନରେ ଲାଗିଗଲା ୧୧ କେଭିର ତାର : ୮ ଶ୍ରମିକ ମୃତ

ଏଥିରେ ସେ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କ ଜୀବନ ବଞ୍ଚାଇପାରି ନଥିଲେ । ଘଟଣା ପରେ ଟ୍ରକ୍ ଚାଳକ ଜଣଙ୍କ ଫେରାର ହୋଇଯାଇଛନ୍ତି । ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି । ତେବେ ଘଟଣା ପରେ ଏସପି ଆଦିତ୍ୟ ମିଶ୍ରଙ୍କ ସମେତ ସମଗ୍ର ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି ।