ଭଦ୍ରକ: ପାତ୍ର ଇଲେକ୍ଟ୍ରୋନିକ୍ସର ୫୩ ତମ ଷ୍ଟୋର ଭଦ୍ରକରେ ବ୍ୟବସାୟ ଆରମ୍ଭ କରିଛି । ଭଦ୍ରକ ସହରର ଛପୁଲିଆ ଠାରେ ଉଦଘାଟନ ହୋଇଥିବା ଏହି ଶୋ ରୁମ୍‌ରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଇଣ୍ଟେରିୟର ସହ ଅନ୍ୟ ଘରୋଇ ଉପକରଣ ଉପଲବ୍ଧ ରହିଛି । ୩ ମହଲା ବିଶିଷ୍ଟ ଏହି ଷ୍ଟୋର ଭଦ୍ରକ ଜିଲ୍ଲାବାସୀଙ୍କୁ ଉନ୍ନତମାନର ସେବା ଯୋଗାଇବ ।

ଉଦଘାଟନୀ ଅବସରରେ ଓଲିଓଡ ଅଭିନେତ୍ରୀ ଡକ୍ଟର ଭୂମିକା ଦାଶ, ଅଭିନେତା ସୁଭାଶିଷ ନାଥ ଶର୍ମା ଯୋଗ ଦେଇଛନ୍ତି । ପାତ୍ର ଇଲେକ୍ଟ୍ରୋନିକ୍ସର ମ୍ୟାନେଜିଂ ଡାଇରେକ୍ଟର କୈଳାଶ ଚନ୍ଦ୍ର ପାତ୍ର, ମୀନତି ପାତ୍ର ଅତିଥିଙ୍କୁ ସ୍ଵାଗତ କରିଥିଲେ । କୌଶିକ ନାଥ, ସୋନାକ୍ଷୀ ପାତ୍ର ମଧ୍ୟ ଉଦଘାଟନୀ ସମାରୋହରେ ଉପସ୍ଥିତ ରହିଥିଲେ ।

ଏହି ଅବସରରେ ପାତ୍ର ଇଲେକ୍ଟ୍ରୋନିକ୍ସର ମ୍ୟାନେଜିଂ ଡାଇରେକ୍ଟର କହିଛନ୍ତି ଯେ, ‘‘୮ ହଜାର ବର୍ଗଫୁଟର ଏହି ଷ୍ଟୋରରେ ବହୁ ନାମୀଦାମୀ କମ୍ପାନୀର ଘରୋଇ ଉପକରଣ ଉପଲବ୍ଧ ରହିଛି । ସବୁଠାରୁ କମ୍ ମୂଲ୍ୟ ଓ କିସ୍ତିରେ ଯୋଗାଇଦେବୁ । ଉପଯୁକ୍ତ ସେବା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଉଛୁ । ମୋ ଜନ୍ମ ସ୍ଥାନରେ ଷ୍ଟୋର ଖୋଲିବା ମୋ ପାଇଁ ସୌଭାଗ୍ୟର ବିଷୟ ।’’