ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ କେବଳ ତୈଳ ଅଥବା ଗ୍ୟାସ୍ ସଂକଟ ସୃଷ୍ଟି କରିନି ବରଂ ମଧ୍ୟମବର୍ଗିୟଙ୍କ ଲାଗି ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ ଆଣିଦେଇଛି। କଥା କଣ କି ସମସ୍ତେ ଚାହାନ୍ତି ନିଜର ଘରଟିଏ ହେଉ, ହେଲେ ଉଚ୍ଚା ମୂଲ୍ୟ ଲୋକଙ୍କ ସ୍ୱପ୍ନକୁ ସ୍ୱପ୍ନରେ ରଖି ଦେଉଛି। ତେବେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଏଥିରେ ଅଳ୍ପ କିଛି ନୁହେଁ ଏଣ୍ଟ୍ରିଲେବୁଲ ପ୍ରପର୍ଟି ସେଗମେଣ୍ଟରେ ପାଖାପାଖି ୪୦% ପର୍ଯ୍ୟନ୍ତ ହ୍ରାସ ଆଣିଦେଇଛି। କିନ୍ତୁ ଏଥିରେ ଏକ ସମସ୍ୟା ରହିଛି ଅଫ-ପ୍ଲାନ ପ୍ରପର୍ଟି ବିକ୍ରିରେ ଏବେ ଅଧିକ ସମୟ ଲାଗୁଛି ଡିଲ ଫାଇନାଲ ହେବାକୁ ମଧ୍ୟ ବିଳମ୍ବ ହେଉଛି।

ମିଳୁଛି ଡିସ୍କାଉଣ୍ଟ
ଏବେ ଦୁବାଇରେ ଅଫ-ପ୍ଲାନ ସେଗମେଣ୍ଟରେ ୧୦-୧୫% ମୁଲଚାଲ ସାଧାରଣ କଥାରେ ପରିଣତ ହୋଇଛି। ଯୁଦ୍ଧ ପୂର୍ବରୁ ଯେଉଁ ସମ୍ପତ୍ତି ହାତକୁ ହାତ ବିକ୍ରି ହୋଇ ଯାଉଥିଲା ଏବେ ସେହି ସବୁ ସମ୍ପତ୍ତି ପାଇଁ ଢେର ଡିସ୍କାଉଣ୍ଟ ଦିଆଯାଉଥିବା ଦେଖା ଯାଉଛି। ସେକେଣ୍ଡାରୀ ମାର୍କେଟରେ କ୍ରେତା ଏବେ ଡିସ୍କାଉଣ୍ଟକୁ ଦେଖି କିଣିବା ନିଷ୍ପତ୍ତି ନେଉଛନ୍ତି। ୨ରୁ ଅଢେଇ କୋଟି ଟଙ୍କାରେ ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ ଓ ମୁମ୍ବାଇ ଭଳି ମେଟ୍ରୋ ସହରାଞ୍ଚଳରେ ମାତ୍ର ୨ ବିଏଚକେ ଘରଟିଏ ମିଳି ପାରୁଛି। ହେଲେ ଦୁବାଇରେ ଏହି ପଇସାରେ ଭବ୍ୟ ଫ୍ଲାଟ ମିଳି ଯାଉଛି।

ବିଲ୍ଡର ଦେଉଛନ୍ତି ଅଫର
ଯୁଦ୍ଧ ଭଳି ଅନିଶ୍ଚିତ ପରିସ୍ଥିତି କିଛି ଗମ୍ଭୀର ନିବେଶକଙ୍କ ଲାଗି ଦ୍ୱାର ଖୋଲିଦେଇଛି। ଦାମାକ୍, ଦାନ୍ୟୁବ ଓ ବିଂଘାଟୀ ଭଳି ଡେଭଲପର ଓ ବିଲ୍ଡରମାନେ ସହଜ ଦେୟ ଓ ଡିଏଲଡି ଫିରେ ରିହାତି ଦେଇ କ୍ରେତାଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି। ଏହା ଠିକ୍ ଭାରତ ଭଳି ଯେଉଁଠି କ୍ରେତାଙ୍କୁ ଡେଭଲପର ଘର ରେଜିଷ୍ଟ୍ରେସନରେ କିଛି ରିହାତି ଦେଉଛନ୍ତି।

ଘର କିଣିଲେ କାର ଫ୍ରି, ଫିରେ ବି ରିହାତି
ଦାମାକ୍ ଏବେ ଡିଏଲଡି ଫି ରିହାତି ସହିତ ମୂଲ୍ୟବାନ ସମ୍ପତ୍ତି କିଣିଲେ ନିସାନ ପାଥ ଫାଇଣ୍ଡର, ନିସାନ ପାଟ୍ରୋଲ ଓ ପାଟ୍ରୋଲ ନିସମୋ ଭଳି ବିଳାଶମୟ ଗାଡି ଅଫର ଦେଉଛନ୍ତି। କଥା କେବଳ ଏତିକିରେ ନାହିଁ ଏବେ ବିଂଘାଟି ୨୦%ପର୍ଯ୍ୟନ୍ତ କ୍ୟାସ୍ ଡିସ୍କାଉଣ୍ଟ ମଧ୍ୟ ଦେଉଛି।

ଡାଉନ ପେମେଣ୍ଟରେ ମଧ୍ୟ ମିଳୁଛି ରିହାତି
ଘର କିଣିବା ପାଇଁ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିଛି। ଯୁଦ୍ଧ ଯୋଗୁ ଉପୁଜିଥିବା ପରିସ୍ଥିତିରେ ଘର ବିକ୍ରି ପାଇଁ ବିଲ୍ଡର ଏବେ ସିଧାସଳଖ ମୂଲ୍ୟ ହ୍ରାସ କରିବା ବଦଳେ ସ୍ମାର୍ଟ ଇନସେଣ୍ଟିଭ ଦେଉଛନ୍ତି। ଦାମାକ ନିଜର ପେମେଣ୍ଟ ଷ୍ଟ୍ରକ୍ଚରକୁ ଏବେ ୭୦/୩୦ ବଦଳେ ୫୦/୫୦ କରିଦେଇଛି। ଏହାର ଅର୍ଥ ହେଉଛି ପୂର୍ବରୁ ୭୦% ନଗଦ ଓ ୩୦% ଲୋନ ହେଉଥିଲା, ହେଲେ ଏବେ ଆପଣ ୫୦% ଦେଇ ନିଜ ନାମରେ ଘର କରାଇ ନେଇ ପାରିବେ।

ପ୍ୟାନିକ୍ ସେଲିଂ ନାହିଁ ହେଲେବି ଦିଆଯାଉଛି ଅଫର
ଦୁବାଇ ପ୍ରପର୍ଟି ମାର୍କେଟରେ ଏବେବି ପ୍ୟାନିକ୍ ସେଲିଂ ଆସିନି। ହେଲେ ବ୍ରୋକରଙ୍କ କହିବା କଥା ହେଉଛି ଯଦି ଯୁଦ୍ଧ ଦୀର୍ଘ ହୁଏ ଖାସ କିର ଅଫ ପ୍ଲାନ ସେଗମେଣ୍ଟରେ ସୁଧାର ଦେଖାଯାଇ ପାରେ। ବିଲ୍ଡର ଲିକ୍ୱିଡିଟି ଆବଶ୍ୟକ କଲେ ମୂଲ୍ୟ ଉପରେ ଚାପ ବଢିପାରେ। ରିୟଲ ଇଷ୍ଟେଟ ଏକ୍ସପର୍ଟ ରମଜାନ ସମୟକୁ ମାନ୍ଦା ସମୟ ଭାବେ ଦେଖିଥାନ୍ତି। ହେଲେ ରମଜାନ ମାସ ସରିବା ପରେ ବି ଯୁଦ୍ଧ ସରୁନି କି ପ୍ରପର୍ଟି ମାର୍କେଟ ଉଠୁନି।

ବଢୁଛି ଭାରତୀୟ କ୍ରେତାଙ୍କ ସଂଖ୍ୟା
ଦୁବାଇ ବଜାରରେ ଭାରତୀୟ ନିବେଶକଙ୍କ ଆଗ୍ରହ ବଢୁଛି। ଯେଉଁ ଲୋକେ ଦୁବାଇରେ ସମ୍ପତ୍ତି ପାଇଁ ଦୀର୍ଘ ଅପେକ୍ଷାରେ ଥିଲେ ଏବେ ହ୍ରାସକୁ ଅବସର ମନେ କରି ନିବେଶ ଆରମ୍ଭ କରିଦେଇଛନ୍ତି। ତେବେ ଦୁବାଇ ବଜାର ପୂର୍ବ ଭଳି ୟୁରୋପ ଓ ଋଷୀୟ ନିବେଶକଙ୍କ ଲାଗି ଏବେ ଆଉ ଆଗ୍ରହର ବିଷୟ ହୋଇ ନାହିଁ। ଗୋଲ୍ଡେନ ଭିସା ସେଗମେଣ୍ଟରେ ସେପରି କୌଣସି ହ୍ରାସ ଦେଖାଯାଇନି। ଏହି ରେଞ୍ଜର ନିବେଶକ ଏବେବି କିଣାକିଣି ଜାରି ରଖିଛନ୍ତି। ଏଠାରେ ସମ୍ପତ୍ତି କେଉଁ ପର୍ଯ୍ୟନ୍ତ ଶସ୍ତା ରହିବ ତାହା କେହି ଜାଣନ୍ତିନି। ଏଣୁ ସୁଯୋଗ ମିଳୁଛି ତ କେହି ହାତ ଛଡା କରିବାକୁ ଚାହୁଁ ନାହାନ୍ତି।