ନୂଆଦିଲ୍ଲୀ ୧୩।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍.ନରୱାଣେଙ୍କ ଆତ୍ମଜୀବନୀକୁ ନେଇ ଉପୁଜିଥିବା ବିବାଦ ମଧ୍ୟରେ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଶୁକ୍ରବାର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଲାଗି ପୁସ୍ତକ ଲେଖିବା ନିମନ୍ତେ ନୂଆ ଗାଇଡଲାଇନ ଆଣାଯିବାର କୌଣସି ପ୍ରସ୍ତାବ ନାହିଁ। ସେ କହିଛନ୍ତି ଯେ ଏପରି ମାମଲା ଲାଗି ପୂର୍ବରୁ ନିୟମ ଓ ଆଇନ ମହଜୁଦ ଅଛି, ଏଥିରେ ଅଧିକାରୀକ ଗୋପନୀୟତା ଅଧିନିୟମ (ଓଏସଏ) ମଧ୍ୟ ରହିଛି।

ସିଂହ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ଗାଇଡ ଲାଇନ ଅଭାବ ମୁଖ୍ୟ ସମସ୍ୟା ନୁହେଁ, ତେବେ ଏହା ଜାଣିବା ଦରକାର ଯେ କୌଣସି ନିୟମର ଉଲ୍ଲଂଘନ ହୋଇଛି କି? ରାଜେଶ କୁମାର ସିଂହ କହିଛନ୍ତି ଯେ ସେ ଏହି ବିଶେଷ ପ୍ରସଙ୍ଗରେ କିଛି ଜାଣନ୍ତି ନାହିଁ, ହେଲେ ଏ ବାବଦେ ଗାଇଡଲାଇନ ଏବଂ ଓଏସଏ ଲାଗୁ ରହିଛି। ସେ କହିଛନ୍ତି ଯେ ସାର୍ବଜନିକ ସ୍ରୋତ ଅନୁସାରେ ଏଜେନ୍ସୀମାନେ ଏହି ମାମଲାର ଯାଞ୍ଚ କରୁଛନ୍ତି। ଏହି ବିବାଦ ସେତେବେଳେ ଆରମ୍ଭ ହେଲା ଯେତେବେଳେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଜେନେରାଲ ନରୱାଣେଙ୍କ ଆତ୍ମକଥା ‘ଫୋର ଷ୍ଟାର୍ସ ଅଫ ଡେଷ୍ଟିନୀ’ର ଉଲ୍ଲେଖ କଲେ।

ଏଥିରେ ଚୀନ୍ ସହ ୨୦୨୦ ଗତିରୋଧ ପ୍ରସଙ୍ଗ ଉଠାଯାଇଛି। ଦିଲ୍ଲୀ ପୋଲିସ ଫେବୃଆରୀ ୯ ତାରିଖ ଦିନ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଏହି ପୁସ୍ତକର କଥିତ ଲିକ୍ ମାମଲାରେ ସୂଚନାର ସଂଜ୍ଞାନ ନେଇଥିଲେ। ସୂତ୍ର ଅନୁସାରେ ଦିଲ୍ଲୀ ପୋଲିସ ସ୍ପେଶିଆଲ ସେଲ ଗୁରୁବାର ପେଙ୍ଗୁଇନ ଇଣ୍ଡିଆର ଅଧିକାରୀଙ୍କୁ ଜେନେରାଲ ନରୱାଣେଙ୍କ ପୁସ୍ତକ ଲିକ୍ ସମ୍ପର୍କରେ ପଚରା ଉଚରା କରିଛି। ଏହି ପଚରା ଉଚରା ଲଗାତାର ଦୁଇ ଦିନ ଧରି ଚାଲିଥିଲା। ଏଥିରେ ତଦନ୍ତକାରୀ ଅଧିକାରୀମାନେ ପାଣ୍ଡୁଲିପି ଓ ଏହାର ଡିଜିଟାଲ ଫାଇଲ ପ୍ରବନ୍ଧନ ସମ୍ପର୍କରେ ସୂଚନା ସଂଗ୍ରହ ପାଇଁ ଉଦ୍ୟମ କରିଛନ୍ତି।

ଏହା ବି ପଢନ୍ତୁ:-ନରୱାଣେଙ୍କ ବହିକୁ ନେଇ ବିବାଦ ପରେ ଆକ୍ସନରେ ମୋଦି ସରକାର,ଏଣିକି ଲେଖିବା ପୂର୍ବରୁ ନେବାକୁ ହେବ ଅନୁମତି