ଭୁବନେଶ୍ୱର ୨୯।୧୧ : ବିଲ୍କୁ ସଂପୂର୍ଣ୍ଣ ଅଧ୍ୟୟନ ଚାଲିଛି । ପୁରା ଅଧ୍ୟୟନ ପରେ ଦଳ ନିଷ୍ପତ୍ତି ନେବ । ସୀମା ପୁନର୍ନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲ୍କୁ ନେଇ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ମାନସ ମଙ୍ଗରାଜ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଲ୍କୁ ସମ୍ପୂର୍ଣ୍ଣ ଅଧ୍ୟୟନ କରିବା ପରେ ହିଁ ଦଳ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି । ଏଥିସହ ଓଡ଼ିଶାର ସ୍ୱାର୍ଥ ଓ ରାଜନୈତିକ ପ୍ରତିନିଧିତ୍ୱ ପ୍ରସଙ୍ଗରେ ବିଜେଡି କୌଣସି ସାଲିସ୍ କରିବ ନାହିଁ । ଆସନ୍ତା ୩୦ ତାରିଖରେ ଲୋକସଭାରେ ଏବଂ ୨ ତାରିଖରେ ରାଜ୍ୟସଭାରେ ବିଲ୍ ଆଗତ ହେବାକୁ ଥିବାରୁ, ଏହାର ସମସ୍ତ ଦିଗକୁ ଅନୁଧ୍ୟାନ କରି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଲୋକସଭାରେ ବିଜେଡିର ପ୍ରତିନିଧିତ୍ୱ ନଥିବାରୁ ଏହି ପ୍ରସଙ୍ଗରେ ତରବର ହୋଇ ନିଷ୍ପତ୍ତି ନେବାର ଆବଶ୍ୟକତା ନାହିଁ । ବିଲ୍ ଆଗତ ହେବା ପରେ ଏହାକୁ ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରାଯିବ । ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ବିଜେଡି ପାଇଁ ସର୍ବଦା ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ କହିଛନ୍ତି ।

Also Read:-ଝାଡ଼ଖଣ୍ଡରେ ଛାତିଥରା ଦୁର୍ଘଟଣା: ଶ୍ରଦ୍ଧାଳୁଙ୍କୁ ନେଇଯାଉଥିବା SUV ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୧୩ ଜୀବନ

ଅନ୍ୟପଟେ କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟରେ ୫୦ ପ୍ରତିଶତ ଲୋକସଭା ଆସନ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିବା ଚର୍ଚ୍ଚା ହେଉଛି । ବର୍ତ୍ତମାନ ଓଡ଼ିଶାରେ ୨୧ଟି ଲୋକସଭା ଆସନ ଥିବା ବେଳେ ଏହା ୩୨କୁ ବୃଦ୍ଧି ପାଇବାର ଆକଳନ କରାଯାଉଛି । ତେବେ ସୀମା ପୁନର୍ନିର୍ଦ୍ଧାରଣ ପ୍ରକ୍ରିୟାରେ ଓଡ଼ିଶାର ରାଜନୈତିକ ସ୍ୱାର୍ଥ ଓ ସଂସଦୀୟ ପ୍ରତିନିଧିତ୍ୱ ଯେପରି କ୍ଷୁର୍ଣ୍ଣ ନହୁଏ, ସେଥିପ୍ରତି ବିଜେଡି ସତର୍କ ରହିବ ବୋଲି କହିଛନ୍ତି।