ମୁମ୍ବାଇ ୨୯।୧୧ : ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍‌ । କ୍ରିଷ୍ଟଚର୍ଚ୍ଚରେ ଚାଲିଥିବା ୨ୟ ଟେଷ୍ଟରେ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା । ମାତ୍ର ୨୪୬ରେ ଅଟକିଲା ଟିମ୍‌ ଇଣ୍ଡିଆର ପ୍ରଥମ ଇନିଂସ । ଶତକରୁ ଅଳ୍ପକେ ବର୍ତ୍ତିଗଲେ ଧ୍ରୁବ ଜୁରେଲ୍‌ । ବାକି ଅନ୍ୟ କୌଣସି ବ୍ୟାଟର ସେତେଟେ ଭଲ୍‌ ସ୍କୋର କରିପାରିନାହାନ୍ତି ।

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ କ୍ରିଷ୍ଟଚର୍ଚ୍ଚରେ ଖେଳାଯାଉଛି । ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ କରି ୨୬୫ ରନ୍ କରିବାରେ ସକ୍ଷମ ହୋଇଥିଲା । ଜବାବରେ ଟିମ୍ ଇଣ୍ଡିଆ ମାତ୍ର ୨୪୬ ରନ୍ କରିବାକୁ ସକ୍ଷମ ହୋଇଛି । ନ୍ୟୁଜିଲାଣ୍ଡର ଘାତକ ବୋଲିଂ ଆଗରେ ତିଷ୍ଠି ପାରିଲେନି ଇଣ୍ଡିଆନ୍ ବ୍ୟାଟର । ଧ୍ରୁବ ଜୁରେଲଙ୍କ ଛାଡ଼ି ଅନ୍ୟ କୌଣସି ବ୍ୟାଟର୍ ଭଲ ସ୍କୋର କରିପାରିନଥିଲେ । ଧ୍ରୁବ ଜୁରେଲ୍ କେବଳ ୮୮ ରନ ପାରି କରିଥିଲେ । ଶତକରୁ ବର୍ତ୍ତିଯାଇଥିଲେ ବି ଟିମ୍ ଇଣ୍ଡିଆକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାରେ ସହଯୋଗ କରିଥିଲେ ଜୁରେଲ୍ ।