ଧର୍ମଶାଳା,|୦୬ଜୁନ୍ ୧୩ ତାରିଖରୁ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ୍ । ସିରିଜର ପ୍ରଥମ ମ୍ୟାଚକୁ ଭାରତଓ୍ୱିକେଟରେ ଜିତି ନେଇଛି । ତେବେ ବର୍ଷା ବାଧାପ୍ରାପ୍ତ ଏହି ମୁକାବିଲା୨୫ଓଭର ବିଶିଷ୍ଟ ଥିଲା । ଯେଉଁଥିରେ ମାତ୍ ଖାଇଛି ଭ୍ରମଣକାରୀ ଟିମ୍ ।

ତେବେ ମ୍ୟାଚ୍ ପରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ସାମ୍ବାଦିକ ସମ୍ମିଳନୀକୁ ଅଧାରେ ଅଟକାଇ ଦେଇଥିଲେ ଭାରତୀୟ ଦଳର ଷ୍ଟାର୍ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡି । ଯାହା ପଛରେ ରହିଛି ଖାସ୍ କାରଣ ।

ମାଆଙ୍କ କଲ୍

ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ ବିଜୟୀ ଦଳର ପ୍ରତିନିଧିତ୍ୱ କରିଥିଲେ ନୀତିଶ । ଏହି ସମୟରେ ସେ ଅନେକ ପ୍ରଶ୍ନର ଉତ୍ତର ରଖୁଥିଲେ । ଏହି ସମୟରେ ତାଙ୍କ ତାଙ୍କର ମାଆ ଫୋନ୍ କରିଥିଲେ । ମାଆଙ୍କ ଫୋନ୍ କଲ୍ ଦେଖି ତୁରନ୍ତ ରିସିଭ୍ କରିଥିଲେ ସେ ।କଥା ହେଉଥିବା ବେଳେସାମ୍ବାଦିକଙ୍କୁ ନୀରବତା ରକ୍ଷା କରିବାକୁ କହିଥିଲେ । ଏପରିକିମିନିଟ୍ ପରେ କଲ୍ କରିବାକୁ ମାଆଙ୍କୁ କହିଥିଲେ । ଏହାସହ ସାମ୍ବାଦିକଙ୍କୁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ ।

ସୂଚନାଯୋଗ୍ୟ, ମୁକାବିଲାରେ ନୀତିଶ ଦମଦାର୍ ବୋଲିଂ କରିଥିଲେ । ସେଓଭର ବୋଲିଂ କରି୩୧ରନ୍ ଦେଇଥିବା ବେଳେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଓ୍ୱିକେଟ୍ ହାସଲ କରିଥିଲେ । ଗତ ଆଇପିଏଲରେ ମଧ୍ୟ ସେ ସନ୍ ରାଇଜର୍ସ ହାଇଦ୍ରାବାଦ୍ ପକ୍ଷରୁ ଖେଳି୧୩ଟି ଇନିଂସରେ୩୦୨ରନ୍ ସଂଗ୍ରହ କରିଥିଲେ । ଖାଲି ଏତିକି ନୁହେଁଟି ଓ୍ୱିକେଟ୍ ମଧ୍ୟ ସେ ଅକ୍ତିଆର କରିଥିଲେ ।