ନୂଆଦିଲ୍ଲୀ,|୧: ପଶ୍ଚିମବଙ୍ଗରେ ନିପା ଭାଇରସ ଠାବ ପରେ ସାରା ଦେଶରେ ଆତଙ୍କ ଖେଳିଯାଇଛି । କୋଭିଡ ପରବର୍ତ୍ତୀ ଅବସ୍ଥାରୁ ଦେଶ ଏବେଏବେ ମୁକୁଳିଥିବା ବେଳେ ଆଉ ଏକ ବଡ ବିପଦ ଘନେଇବାରେ ଲାଗିଛି । ଯାହା ଆଉ ଏକ ମହାମାରୀକୁ ନିମନ୍ତ୍ରଣ କରୁଥିବା ଆଶଙ୍କା କରାଯାଉଛି । ସରକାର ମଧ୍ୟ ଏହାକୁ ରୋକିବା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି । ବିଭିନ୍ନ ବିମାନ ବନ୍ଦରରେ ଯାଞ୍ଚକୁ କଡାକଡି କରାଯାଇଛି ।

ରିପୋର୍ଟ ଅନୁସାରେ, କିଛି ଦିନ ତଳେ ପଶ୍ଚିମବଙ୍ଗରେ କିଛି ବ୍ୟକ୍ତିଙ୍କ ଶରୀରରେ ନିପା ଭାଇରାସ ଠାବ କରାଯାଇଥିଲା । ଏହା କୋଭିଡଠୁ ମଧ୍ୟ ମାରାତ୍ମକ । ଏବେସୁଦ୍ଧା ଏଥିରେ ପୀଡିତ ଥିବା ୭୫ ପ୍ରତିଶତ ପୀଡିତ ପ୍ରାଣ ହରାଇଛନ୍ତି । ଏହାର କୌଣସି ଚିକିତ୍ସା ମଧ୍ୟ ନାହିଁ ।

ଭାରତରେ ଏହି ଭାଇରସ ଠାବ ପରେ ଏବେ ସିଙ୍ଗାପୁର ସରକାର ସଜାଗ ହୋଇଛନ୍ତି । ଦେଶର ତିନୋଟି ବିମାନବନ୍ଦରରେ ସ୍କ୍ରିନିଂ କରାଯାଉଛି । ନେପାଳ ମଧ୍ୟ ପଶ୍ଚିମବଙ୍ଗରୁ ଯାଉଥିବା ଯାତ୍ରୀଙ୍କୁ ଯାଞ୍ଚ କରୁଛି । କାଠମାଣ୍ଡୁ ବିମାନବନ୍ଦର ସହ ଅନ୍ୟ ସୀମାରେ କଡାକଡି ନଜର ରଖାଯାଇଛି ।

ଜଣ ପୀଡିତ

ଚଳିତ ମାସରେ ପଶ୍ଚିମବଙ୍ଗରଜଣ ସ୍ୱାସ୍ଥ୍ୟକର୍ମୀ ନିପା ଭାଇରସରେ ସଂକ୍ରମିତ ହୋଇଥିଲେ । ସେମାନଙ୍କ ସଂସ୍ପର୍ଶରେ ଆସିଥିବା୧୧୦ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

କେମିତି ବ୍ୟାପେ ?

ନିପା ଭାଇରସ ଘୁଷୁରୀ ଏବଂ ବାଦୁଡିଙ୍କ ଠାରୁ ମଣିଷ ଶରୀରକୁ ବ୍ୟାପିଥାଏ । ଏହା ମଣିଷରୁ ମଣିଷଙ୍କୁ ମଧ୍ୟ ବ୍ୟାପିଥାଏ । ପ୍ରାୟ୧୪ଦିନ ଧରି ଏହା ଶରୀରରେ ସକ୍ରିୟ ରହେ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଏହାକୁ ଟପ୍ ଟେନ୍ ଭୟଙ୍କର ରୋଗର ତାଲିକାରେ ରଖିଛି ।

କରୋନା ଭଳି ଲକ୍ଷଣ

କୌଣସି ବ୍ୟକ୍ତି ନିପା ଭାଇରସରେ ସଂକ୍ରମିତ ହେଲେ ପ୍ରଥମେ ଜ୍ୱର ଆସିଥାଏ । ପରେ ମୁଣ୍ଡବ୍ୟଥା ହେବା ସହ ବାନ୍ତି ହୁଏ । ଏପରିକି ଗଳାରେ ସମସ୍ୟା ଦେଖାଦିଏ । କିଛି କ୍ଷେତ୍ରରେ ନିମୋନିଆ ହେବା ସହ ମସ୍ତିଷ୍କରେ ପ୍ରବଳ ଯନ୍ତ୍ରଣା ହୁଏ ।