କଟକ ୦୧।୦୬ : ୯ ଘଣ୍ଟା ପରେ ଲିଭିଲା ନିଆଁ। ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ଲିଭିଛି ନିଆଁ । କଟକ ପ୍ରେସ ଛକରେ ଥିବା ମାଛ ମାର୍କେଟ ଲାଗିଥିବା ନିଆଁ ଆୟତ୍ତ ହୋଇଛି।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ କଟକ ପ୍ରେସ ଛକରେ ଥିବା ମାଛ ମାର୍କେଟରେ ନିଆଁ ଲାଗିଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିବାରେ ଲାଗିଥିଲା । ଏପିରିକି ମାଛ ମାର୍କେଟରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆର ନିଆଁ ଲାଗିଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ, ବ୍ୟାଙ୍କରେ ଥିବା ଟଙ୍କା ପୋଡି ପାଉଁଶ ହୋଇଯାଇଥିଲା ।  ରାତି ପ୍ରାୟ ୨ଟାରୁ ନିଆଁ ଲାଗିଥିଲା । ନିଆଁ ଲାଗିଥିବା ବିଲ୍ଡିଂରେ ଏକ ରଙ୍ଗ ଗୋଦାମ ଥିବାରୁ ନିଆଁ ବ୍ୟାପିବାରେ ଲାଗିଛି। ନିଆଁ ଲିଭାଇବାକୁ ୧୦ଟି ଅଗ୍ନିଶମ ବାହିନୀ ନିୟୋଜିତ ରହିଥିଲେ । ମାଛ ବ୍ୟବସାୟୀଙ୍କର ୫୦ରୁ ୬୦ ଲକ୍ଷ ଟଙ୍କା ନଗଦ କ୍ୟାସ୍  ମଧ୍ୟ ଜଳିଯାଇଛି । ବିଡା ବିଡା ଟଙ୍କା ପୋଡି ଯାଇଛି । ରବିବାରରେ ଭଲ ବେପାର ହୋଇଥିବା ବେଳେ ବ୍ୟାଙ୍କ ବନ୍ଦ ଥିବାରୁ ଟଙ୍କା ରଖି ପାରିନଥିଲେ । ସମ୍ଭବତଃ ଟଙ୍କା ଡିପୋଜିଟ୍ କରିଥାନ୍ତେ ।  ମାଛ ମାର୍କେଟ୍ ଜଳିଯିବା ଫଳରେ ବ୍ୟବସାୟୀମାଙ୍କର ସର୍ବସ୍ବ ଜଳିଯାଇଛି । ପ୍ରାୟ ୧୭ ଜଣ ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି । ମାଛ ମାର୍କେଟ୍ ର ଆସବାବପତ୍ର ସହ ଡିପ୍ ଫ୍ରିଜର୍ ମଧ୍ୟ ଜଳିଯାଇଛି । 

Also Read:-Suman Kalyanpur passes away: ‘ଏଇ ବନର ଛାଇ’ , ‘ଗୁହାରି ଶୁଣ ଭଗବାନ୍’ ତାଙ୍କୁ ଓଡ଼ିଶାରେ କରାଇଥିଲା ପରିଚିତ, ଗାୟିକା ସୁମନ କଲ୍ୟାଣପୁର ଆଉ ନାହାନ୍ତି

ସେପଟେ ନିଆଁକୁ ଆୟତ୍ତ କରିବାକୁ ମୁସ୍କିଲ୍ ହେଉଥିବାର ବିଲ୍ଡିଂର କିଛି ଅଂଶକୁ ଜେସିବି ସହାୟତାରେ ଭଙ୍ଗାଯାଇଛି । ଶେଷରେ ଦୀର୍ଘ ୯ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଏହି ନିଆଁ ଲିଭାରେ ଅତ୍ୟାଧୁନିକ ମେସିନ ସହ ରୋବଟ ମଧ୍ୟ ବ୍ୟବହାର କରାଯାଇଥିଲା । ବାକି ଏବେ କ୍ଷୟକ୍ଷତିର ଆକଳନ ଚାଲିଛି ।