ଭୁବନେଶ୍ୱର ୨୫/୦୨: ଟେଣ୍ଡର ଦେବାକୁ ଲାଞ୍ଚ । ୱାପକସ୍‌ର ୩ ଅଧିକାରୀଙ୍କ ସମେତ ୮ଜଣଙ୍କ ନାମରେ ମାମଲା। ଭୁବନେଶ୍ୱରରେ ଲକ୍ଷ୍ନୌର ସିବିଆଇ ଟିମ୍।  ଅନୈତିକ ଭାବେ ଟେଣ୍ଡର ଦେବାକୁ କରି ଲାଞ୍ଚ ନେବା ଅଭିଯୋଗରେ କେନ୍ଦ୍ର ସରକାରଙ୍କ ଜଳ ଓ ବିଦ୍ୟୁତ ପରାମର୍ଶ ସେବା କାର୍ଯ୍ୟାଳୟ(ୱାପକସ୍‌)ର ଭୁବନେଶ୍ବର ଜୟଦେବିବହାର ସ୍ଥିତ କାର୍ଯ୍ୟାଳୟରେ ପଶିଛି ଲକ୍ଷ୍ନୌର ସିବିଆଇ ଦଳ।

 ଉକ୍ତ କମ୍ପାନୀର ୩ ଅଧିକାରୀଙ୍କ ସମେତ ୮ଜଣଙ୍କ ନାମରେ ମାମଲା ରୁଜୁ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ। ଏଥିରେ ଅଛନ୍ତି ପ୍ରକଳ୍ପ ପରିଚାଳିକ ପଙ୍କଜ ଦୁବେ, ଦୁଇ ଅଧିକାରୀ ଭବଦ୍ୟୁତି  ଭୂତିଆ, ଅଭିଷେକ ଠାକୁର, ମେସେସ୍‌ ଏକାନା ଏଣ୍ଟରପ୍ରାଇଜେସର  ମାଲିକ ବବୁଲ ସିଂ ଯାଦବ, ମଧ୍ୟସ୍ଥ ପଙ୍କଜଙ୍କ ଭାଇ ପବନ ଦୁବେ, ରାମେଶ୍ବର ଚର୍ତ୍ତୁବେଦୀ, ଗୋପାଲ ମିଶ୍ର ଓ ରାହୁଲ ବର୍ମା।

ସୂଚନା ଥାଉକି, ୱାଟର ଆଣ୍ଡ ପାୱାର କନସଲଟାନସି ସର୍ଭିସ ବା ୱାପକୋସ୍, ଭୁବନେଶ୍ୱରରେ ଟେଣ୍ଡର ଫିକ୍ସିଂ ଅଭିଯୋଗ । WAPCOS ଭୁବନେଶ୍ୱରର ପ୍ରକଳ୍ପ ମ୍ୟାନେଜର ପଙ୍କଜ ଦୁବେଙ୍କ ସମେତ ୮ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସିବିଆଇ । କୌଣସି ପ୍ରକଳ୍ପ ନେଇ ଟେଣ୍ଡର ପ୍ରକାଶ ପାଇବା ପରେ ଏହାର ସମସ୍ତ କାଗଜପତ୍ର ପଙ୍କଜ, ଗୋପାଳଙ୍କୁ ଦେବା ସହିତ ସମ୍ପୃକ୍ତ ଠିକାଦାର କିଭଳି କାମ ପାଇବେ ସେନେଇ ଟେଣ୍ଡର ପେପର ଦାଖଲ କରିଥିଲେ ।

also read...

ଭିଜିଲାନ୍ସ ପଞ୍ଝାରେ ଖଣି ଉପନିର୍ଦ୍ଦେଶକ, କୋଲ୍ ଭେଣ୍ଡରଙ୍କ ଲାଇସେନ୍ସ ପାଇଁ ନେଉଥିଲେ ଲାଞ୍ଚ

ଯେଉଁଥିପାଇଁ ଟେଣ୍ଡର ଭାଲ୍ୟୁର ୪ରୁ ୬ ପ୍ରତିଶତ ପଙ୍କଜ ନେଉଥିବା ବେଳେ ଦଲାଲ ଗୋପାଳ ନେଇଥିଲା ।  ସେହିଭଳି ବବୁଲ ସିଂ ଠାରୁ ଆରମ୍ଭ କରି ଅନ୍ୟମାନେ ମଧ୍ୟ ଟେଣ୍ଡର ଫିକ୍ସିଂରେ ସାମିଲ ଥିବା ତଥ୍ୟ ପ୍ରମାଣ ପାଇଛି ସିବିଆଇ । ଘଟଣା ଜଣାପଡ଼ିବା ପରେ ଭୁବନେଶ୍ବର ୱାପକୋସ୍ ଅଫିସ, ରାୟଗଡା, ଲକ୍ଷ୍ନୌ ସମେତ ୬ଟି ସ୍ଥାନରେ ଚଢ଼ାଉ କରିଛି ସିବିଆଇ ।